Advertisment

କରୋନା ଦୂର ହେବା ପାଇଁ ମନ୍ଦିର ଭିତରେ ମର୍ଡର !

ନରସିଂହପୁର: ମନ୍ଦିର ଭିତରେ ମର୍ଡର ! କରୋନା ଦୂର ହେବା ପାଇଁ ମନ୍ଦିର ଭିତରେ ପୂଜକ ଜଣେ ବ୍ୟକ୍ତିଙ୍କୁ ବଳି ଦେଇଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡ଼ା ସ୍ଥିତ ବ୍ରାହ୍ମଣୀଦେଈ ମନ୍ଦିରରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ୫୨ ବର୍ଷୀୟ ସରୋଜ ପ୍ରଧାନ। ହତ୍ୟାକାରୀ ପୂଜକ ୭୦ ବର୍ଷୀୟ ସଂସାରୀ ଓଝା ବୋଲି ଜଣାପଡ଼ିଛି। ବର୍ତ୍ତମାନ ସାରା ଦେଶ କରୋନା ସହ ଲଢ଼ୁ ଥିବାବେଳେ ଏହାକୁ ଦୂର କରିବାକୁ ତାଙ୍କୁ […]

କରୋନା ଦୂର ହେବା ପାଇଁ ମନ୍ଦିର ଭିତରେ ମର୍ଡର !

odisha

Advertisment

ନରସିଂହପୁର: ମନ୍ଦିର ଭିତରେ ମର୍ଡର ! କରୋନା ଦୂର ହେବା ପାଇଁ ମନ୍ଦିର ଭିତରେ ପୂଜକ ଜଣେ ବ୍ୟକ୍ତିଙ୍କୁ ବଳି ଦେଇଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡ଼ା ସ୍ଥିତ ବ୍ରାହ୍ମଣୀଦେଈ ମନ୍ଦିରରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ୫୨ ବର୍ଷୀୟ ସରୋଜ ପ୍ରଧାନ। ହତ୍ୟାକାରୀ ପୂଜକ ୭୦ ବର୍ଷୀୟ ସଂସାରୀ ଓଝା ବୋଲି ଜଣାପଡ଼ିଛି।

Advertisment

ବର୍ତ୍ତମାନ ସାରା ଦେଶ କରୋନା ସହ ଲଢ଼ୁ ଥିବାବେଳେ ଏହାକୁ ଦୂର କରିବାକୁ ତାଙ୍କୁ ସ୍ୱପ୍ନାଦେଶ ହୋଇଥିଲା। ଏଥିପାଇଁ ସେ ନରବଳି ଦେଇଥିବା ସଂସାରୀ କହିଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି।

ହତ୍ୟାକାଣ୍ଡ ଘଟାଇବା ପରେ ପୂଜକ ଥାନାରେ ଆତ୍ମସମର୍ପଣ କରିଛନ୍ତି। ପୁଲିସ୍‌ ହତ୍ୟାରେ ବ୍ୟବୃହତ କଟୁରିକୁ ଜବତ କରିଛି। ଘଟଣାସ୍ଥଳରେ ନରସିଂହପୁର ପୁଲିସ୍‌ ଓ ଆଠଗଡ ଏସ୍‌ଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Advertisment
Odisha Crime Odisha Crime News Odia News Odia Khabar Odisha Khabar Khabar Odisha Murder Inside Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ