/odishatv-khabar/media/media_files/2026/01/23/priest-assaulted-police-detain-four-2026-01-23-19-18-24.jpg)
ପାଦ୍ରୀଙ୍କୁ ଦୁର୍ବ୍ୟବହାର ସହ ସଂଘବଦ୍ଧ ଆକ୍ରମଣ! Photograph: (OTV)
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ ଜଣେ ପାଦ୍ରୀଙ୍କୁ ଦୁର୍ବ୍ୟବହାର ସହ ସଂଘବଦ୍ଧ ଆକ୍ରମଣ ଅଭିଯୋଗ। ପାଦ୍ରୀଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ପୋଲିସ୍ ଏଇ ଘଟଣାର ଛାନଭିନ କରି ୪ ଜଣଙ୍କୁ ଅଟକ ରଖିଛି। ପାଦ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ ସହ ବେକରେ ଚପଲମାଳ ପକାଇ ବୁଲାଇଥିବାର ଅଭିଯୋଗ ହୋଇଛି।
Advertisment
ଢେଙ୍କାନାଳ ଏସପିଙ୍କ ସୂଚନା ଅନୁସାରେ ପରଜଙ୍ଗ ଥାନାରେ ହୋଇଥିବା ଅଭିଯୋଗ ମୁତାବକ ପୋଲିସ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ମାମଲାରେ ୪ ଜଣଙ୍କୁ ଅଟକ ରଖାଯାଇ ତଦନ୍ତ ଚାଲିଥିଲା ବେଳେ ଅପରାଧରେ ସଂପୃକ୍ତ ଆଉ କିଛି ଜଣଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)