Advertisment

ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିଛି : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଗଲା କିଛି ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିଛି । ଦର ବୃଦ୍ଧି ନେଇ ଆଜି ଗୃହରେ ସ୍ୱୀକାର କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଡାଲି, ଖାଇବା ତେଲ, ଆଳୁ ଓ ପିଆଜ ଦର ବଢ଼ିଛି। ଖାଲି ରାଜ୍ୟରେ ନୁହେଁ ଏହା ଜାତୀୟ ସ୍ତରର ସମସ୍ୟା । ତେଣୁ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପଦକ୍ଷେପ ନିଆଯାଉଛି । ମୁଖ୍ୟତଃ ଚାଉଳ ବ୍ୟତୀତ ଅନ୍ୟ […]

ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିଛି : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

ranendra swain

Advertisment

ଭୁବନେଶ୍ୱର : ରାଜ୍ୟରେ ଗଲା କିଛି ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିଛି । ଦର ବୃଦ୍ଧି ନେଇ ଆଜି ଗୃହରେ ସ୍ୱୀକାର କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଡାଲି, ଖାଇବା ତେଲ, ଆଳୁ ଓ ପିଆଜ ଦର ବଢ଼ିଛି। ଖାଲି ରାଜ୍ୟରେ ନୁହେଁ ଏହା ଜାତୀୟ ସ୍ତରର ସମସ୍ୟା । ତେଣୁ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପଦକ୍ଷେପ ନିଆଯାଉଛି ।

Advertisment

ମୁଖ୍ୟତଃ ଚାଉଳ ବ୍ୟତୀତ ଅନ୍ୟ ସବୁ ସାମଗ୍ରୀ ଅନ୍ୟ ରାଜ୍ୟରୁ ଆମଦାନୀ ହେଉଛି। ତେଣୁ ପରିବହନ ଓ ଅନ୍ୟ ରାଜ୍ୟରେ ଦର ବଢ଼ିବା ଯୋଗୁଁ ଏହାର ପ୍ରଭାବ ଓଡ଼ିଶାରେ ପଡ଼ୁଛି । ସେହିପରି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ମହଜୁଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ମନ୍ତ୍ରୀ କହିଛନ୍ତି।

ଏହାସହ କେନ୍ଦ୍ର ସହ ସମନ୍ୱୟ ରଖି ୧୦୦ କୋଟିର ଏକ ପାଣ୍ଠି ଗଠନ କରାଯାଇଥିବା ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ