President Droupadi Murmu Photograph: (OTV)
ଆଜି ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତର ଅନ୍ତିମ ଦିନ। ଗତକାଲି ଶିମିଳିପାଳ ଗୁଡୁଗୁଡ଼ିଆ ଫରେଷ୍ଟ ରେଷ୍ଟ ହାଉସରେ ରାତ୍ରିଯାପନ କରିଛନ୍ତି ପ୍ରେସିଡେଣ୍ଟ ଦ୍ରୌପଦୀ ମୁର୍ମୁ । ଆଜି ସେଠାରୁ ବାହାରି ଗୁଡୁଗୁଡ଼ିଆ ଗ୍ରାଉଣ୍ଡକୁ ଯାଇ ଏକ ଟ୍ରାଇବାଲ କମ୍ୟୁନିଟି ଉଦଘାଟନ ପରେ ଅଞ୍ଚଳର ଆଦିବାସୀ ମହିଳା ଓ ଯୁବକଙ୍କ ସହ ଆଲୋଚନା କରିବେ।
ଏହା ପରେ ସେଠାରୁ ସେ ଭୁବନେଶ୍ବର ଫେରିବେ। ଭୁବନେଶ୍ବରରେ ଆୟୋଜିତ ବ୍ଲାକ ସ୍ବାନ୍ ସମ୍ମିଳନୀରେ ରାଷ୍ଟ୍ରପତି ଯୋଗଦେବେ । ପରେ ଲୋକ ଭବନରେ ରାତ୍ରୀଯାପନ କରି ଆସନ୍ତାକାଲି ଛତିଶଗଡ଼ ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/06/president-droupadi-murmu-2026-02-06-09-06-29.jpg)