Advertisment

President Droupadi Murmu in Bhubaneswar: ଭୁବନେଶ୍ବରରେ ରାଷ୍ଟ୍ରପତି: ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାରେ ରଖିବେ ଅଭିଭାଷଣ

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିମାନ ବନ୍ଦରରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ବିଧାନସଭା ଶୀତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି।

President Droupadi Murmu

President Droupadi Murmu Photograph: (OTV)

Advertisment

ଆଜି ଓଡ଼ିଶା ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ମୁର୍ମୁ। ବିମାନ ବନ୍ଦରରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟପାଳ ହରିବାବୁ କମ୍ଭମପାଟି। ବିମାନବନ୍ଦରରୁ ବାହାରି ସିଧା ରାଜଭବନ ଅଭିମୁଖେ ଯାଇଛନ୍ତି ରାଷ୍ଟ୍ରପତି ମୁର୍ମୁ।

Advertisment

ବିଧାନସଭା ଶୀତ ଅଧିବେଶନକୁ ସମ୍ବୋଧିତ କରିବେ। ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ବିଧାନସଭାରେ ଅଭିଭାଷଣ ରଖିବା ପରେ ୧୧ ନମ୍ବର ରୁମକୁ ଆସି ସମୟ ବିତାଇବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ପରିବହନ ମନ୍ତ୍ରୀ ଥିବା ବେଳେ ୧୧ ନଂ ଚାମ୍ବର ଥିଲା ତାଙ୍କ କାର୍ଯ୍ୟାଳୟ।

ତେଣୁ ବିଧାନସଭାରୁ ସ୍ମୃତି ସାଉଁଟିବା ବେଳେ ଏହି ଚାମ୍ବରରେ କିଛି ସମୟ ବିତାଇବେ ରାଷ୍ଟ୍ରପତି। ସେଥିପାଇଁ ବିଧାନସଭା ସମେତ ଚାମ୍ବରକୁ ବି ସଜାଯାଇଛି। ପୂର୍ବରୁ ରାଷ୍ଟ୍ରପତି ୨୦୨୩ରେ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଚଳିତ ବର୍ଷଛତିଶଗଡ ବିଧାନସଭାରେ ଉଦବୋଧନ ଦେଇଥିଲେ। 

Advertisment
President Droupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ