Advertisment

Cyclone Yaas: ‘କଚ୍ଚା ଘରେ ରୁହନ୍ତୁ ନାହିଁ, ଅତି କମ୍‌ରେ ଚାରି ଦିନ ପାଇଁ ପିଇବା ପାଣି ଗଚ୍ଛିତ ରଖନ୍ତୁ’

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ବାତ୍ୟା ‘ୟାସ୍‌‘ରେ ପରିଣତ ହୋଇଛି। ଆଜି ଭୋର ୫ଟା ୩୦ରେ ଏହା ବାତ୍ୟାର ରୂପ ନେଇଛି। ଏନେଇ ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣିଙ୍କ ସୂଚନା ଦେଇଛନ୍ତି। ଏହା ଆହୁରି ଘନୀଭୂତ ହେବା ସହ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି। ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ‘ୟାସ୍‌’ ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣି କହିଛନ୍ତି। ଏହା […]

Cyclone Yaas: ‘କଚ୍ଚା ଘରେ ରୁହନ୍ତୁ ନାହିଁ, ଅତି କମ୍‌ରେ ଚାରି ଦିନ ପାଇଁ ପିଇବା ପାଣି ଗଚ୍ଛିତ ରଖନ୍ତୁ’

vlcsnap-error229

Advertisment

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ବାତ୍ୟା ‘ୟାସ୍‌‘ରେ ପରିଣତ ହୋଇଛି। ଆଜି ଭୋର ୫ଟା ୩୦ରେ ଏହା ବାତ୍ୟାର ରୂପ ନେଇଛି। ଏନେଇ ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣିଙ୍କ ସୂଚନା ଦେଇଛନ୍ତି। ଏହା ଆହୁରି ଘନୀଭୂତ ହେବା ସହ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି। ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ‘ୟାସ୍‌’ ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣି କହିଛନ୍ତି। ଏହା ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡ୍‌ଫଲ୍‌ କରିବ ବୋଲି ଜଣାପଡ଼ିଛି।

Advertisment

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଅପଡେଟ୍ ପଢନ୍ତୁ

ବାତ୍ୟା ‘ୟାସ୍‌କୁ ଦୃଷ୍ଟିରେ ରଖି ବାଲେଶ୍ୱରବାସୀଙ୍କୁ ଅତି କମ୍‌ରେ ଚାରି ଦିନ ଯାଏ ପିଇବା ପାଣି ଗଚ୍ଛିତ ରଖିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି। କେହି ମଧ୍ୟ କଚ୍ଚା ଘରେ ନ ରହିବାକୁ ବି କୁହାଯାଇଛି। ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଜନସାଧାରଣଙ୍କୁ ନିକଟତମ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ସରକାରୀ ପକ୍କା ଗୃହରେ ଆଶ୍ରୟ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି। ନିଜେ ସଚେତନ ହେବା ସହ ଅନ୍ୟଙ୍କୁ ସଚେତନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରି ଅନୁରୋଧ କରାଯାଇଛି।

publive-image

ବାତ୍ୟା ‘ୟାସ୍‌’ର ପ୍ରଭାବ ଯାଜପୁର ଜିଲ୍ଲା ସମେତ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପଡ଼ିବାର ଆଶଙ୍କା ରହିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି। ଯାଜପୁର ଜିଲ୍ଲାରେ ବାତ୍ୟାର ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କରାଯାଇ ସମସ୍ତ ବିଭାଗକୁ ଆଲର୍ଟ କରାଯାଇଛି। ନିଜେ ଅତିରିକ୍ତ ଜିଲ୍ଲାପାଳ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ପ୍ରସ୍ତୁତି ନେଇ ଅନୁଧ୍ୟାନ କରିଛନ୍ତି। ବାତ୍ୟାର ମୁକାବିଲା କରିବା ପାଇଁ ଜିଲାର ୧୧ ଅଗ୍ନିଶମ ବାହିନୀ ଥିବାବେଳେ ଆଉ ଦୁଇଟି ଟିମ୍‌ ଆସି ଜିଲ୍ଲାରେ ପହଞ୍ଚି ସାରିଛନ୍ତି। NDRF ଏବଂ ODRAFର ଦୁଇଟି ଲେଖାଏ ଟିମ୍‌ ଜିଲ୍ଲା ପହଞ୍ଚି ସାରିଛନ୍ତି। ବାତ୍ୟା ନେଇ ଲୋକମାନେ ଚିନ୍ତାରେ ଥିବାବେଳେ ପ୍ରଶାସନ ପକ୍ଷରୁ ବାତ୍ୟା ନେଇ ଭୟଭୀତ ନ ହେବାକୁ ପରାମର୍ଶ ଦିଆଯାଇଛି।

Advertisment

style="text-align: justify;">ବାତ୍ୟା ‘ୟାସ୍‌କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ତଳିଆ ଅଞ୍ଚଳ ବା ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଲାଗି ପଦକ୍ଷେପ ନିଆଯାଇଛି। ଏହାସହ କରୋନା କାଳରେ କୋଭିଡ୍ ନିୟମ ପାଳନ ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି।

Cyclone Yass
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ