/odishatv-khabar/media/post_attachments/uploadimage/library/16_9/16_9_0/students_1625048643.jpg)
students
ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ଦୁଇ କଲେଜ ଖୋଲିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ +୨ କଲେଜ କ୍ୟାମ୍ପସ୍କୁ ସାନିଟାଇଜ୍ ଓ ସଫା କରିବାକୁ ସମସ୍ତ ସରକାରୀ ଓ ଘରୋଇ କଲେଜର ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଗତକାଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
Advertisment
କଲେଜର ଲାବୋରେଟାରୀ, କ୍ଲାସ୍ ରୁମ୍, ଶୌଚାଳୟ, ପିଇବା ପାଣି ଏବଂ ଅନ୍ୟାନ୍ୟ ଉପକରଣ ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି।
କଲେଜରେ କ’ଣ ସବୁ ପ୍ରସ୍ତୁତି ହୋଇଛି ସେନେଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଚିଠିରେ ନିର୍ଦ୍ଦେଶ ରହିଛି। କୋଭିଡ୍-୧୯ ଯୋଗୁ ଗତ ମାର୍ଚ୍ଚରୁ କଲେଜରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)