Advertisment

କରୋନାରେ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର : ଓଡିଶା ପାଇଁ ପୁଣି ଏକ ଦୁଃଖ ଖବର। ବିଶିଷ୍ଟ ପଥର ଶିଳ୍ପୀ ତଥା ସ୍ଥପତି ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋ‍ଇଛି। ଏହି ସୂଚନା ଦେ‍ଇଛନ୍ତି…

author-image
Pramod Behera
ଅଦ୍ୟତନ ହୋଇଛି
କରୋନାରେ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ

Untitled-1

ଭୁବନେଶ୍ୱର : ଓଡିଶା ପାଇଁ ପୁଣି ଏକ ଦୁଃଖ ଖବର। ବିଶିଷ୍ଟ ପଥର ଶିଳ୍ପୀ ତଥା ସ୍ଥପତି ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋ‍ଇଛି। ଏହି ସୂଚନା ଦେ‍ଇଛନ୍ତି ଏମ୍ସ ସୁପରିଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି। କୋଭିଡ୍ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସାଧୀନ ଥିଲେ ପ୍ରଶାନ୍ତ। ଚିକିତ୍ସା ପରେ ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ ହୋଇଥିଲା। ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିଲେ ମଧ୍ୟ ସେ ଚିକିତ୍ସାଧୀନ ଥିଲେ। ମାତ୍ର ଡାକ୍ତରଙ୍କ ସବୁ ଚେଷ୍ଟା ସତ୍ତ୍ୱେ ଆଖି ବୁଜିଲେ ପ୍ରଶାନ୍ତ। ସେ ଜଣେ ଭଲ ବ୍ୟକ୍ତି ଥିବାବେଳେ ଯୁବକମାନଙ୍କ ପ୍ରେରଣାର ଉତ୍ସ ଥିଲେ।

Advertisment

ଯୁବକମାନଙ୍କୁ ନେଇ କ୍ରିକେଟ୍‌ର ସ୍ୱପ୍ନ ଦେଖୁଥିଲେ ପ୍ରଶାନ୍ତ। ସେ ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ ଓ ବନ୍ଧୁବତ୍ସଳ ଥିଲେ। ଅକାଳରେ ତାଙ୍କର ଏହି ମୃତ୍ୟୁ ଓଡିଶା ସମେତ କ୍ରିକେଟ୍ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି। ତାଙ୍କର ଏହି ବିୟୋଗ କେବଳ ଯେ ତାଙ୍କ ପରିବାର ଲୋକଙ୍କୁ ଦୁଃଖ ଦେଇଛି ତାହା ନୁହେଁ ବରଂ ତାଙ୍କ ସହିତ ସଂପୃକ୍ତ ଥିବା ସାଙ୍ଗ ସାଥୀ, ସହକର୍ମୀ ସମେତ କ୍ରିକେଟ୍ ପ୍ରେମୀମାନଙ୍କ ମନରେ ମଧ୍ୟ ଗଭୀର ଆଘାତ ସୃଷ୍ଟି କରିଛି।

ଓଡ଼ିଶା ପାଇଁ ଅନେକ ରଣଜୀ ମ୍ୟାଚ ଖେଳି ସେ ସୁନାମ ଅର୍ଜନ କରିଥିଲେ। ନବେ ଦଶକର ରଣଜୀ ଦଳର ଜଣେ ଦୁର୍ଦ୍ଧଷ ଓପନର ଥିଲେ ପ୍ରଶାନ୍ତ। ୪୫ଟି ପ୍ରଥମ ଶ୍ରେଣୀ, ୧୭ଟି ଲିଷ୍ଟ-A ମ୍ୟାଚ୍ ଖେଳିଥିଲେ ପ୍ରଶାନ୍ତ। ଏପରିକି ଇଷ୍ଟଜୋନ୍ ଦଳରେ ସ୍ଥାନ ପାଇଁ ସେ ଦୁଲୀପ ଟ୍ରଫି ଏବଂ ଦେଓଧର ଟ୍ରଫି ମଧ୍ୟ ଖେଳିଥିଲେ। ତାଙ୍କର ନିଆରା ବ୍ୟାଟିଂ ଷ୍ଟାଇଲ୍ ଯୋଗୁଁ ସେ ସ୍ୱତନ୍ତ୍ର ଭାବେ ପରିଚିତ ଥିଲେ। ରଣଜୀ କ୍ୟାରିୟରୁ ଅବସର ନେବା ପରେ ୪୦ରୁ ଅଧିକ ମ୍ୟାଚ୍‌ରେ ବିସିସିଆଇ ରେଫରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ପ୍ରଶାନ୍ତ। ପ୍ରଶାନ୍ତଙ୍କ ଭାଇ ଯଶୋବନ୍ତଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବା ସୂଚନା ମିଳିଛି। ପ୍ରକାଶ ଥାଉକି ଗତ ୯ ତାରିଖରେ ପିତା ରଘୁନାଥ ମହାପାତ୍ର କରୋନାରେ ପ୍ରାଣ ହରାଇଥିଲେ।

Advertisment

ସେପଟେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ଚିକିତ୍ସାଧୀନ ଥିବା ପ୍ରଦୀପ୍ତ କଥା କହିବା ଆରମ୍ଭ କରିଛନ୍ତି। ଏହି ସୂଚନା ଦେଇଛନ୍ତି ସୁପରିଟେଣ୍ଡେଣ୍ଟ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି। କୋଭିଡ ଆକ୍ରାନ୍ତ ହେବା ପରଠାରୁ ଚିକିତ୍ସାଧୀନ ଅଛନ୍ତି ପ୍ରଦୀପ୍ତ।

Advertisment
Advertisment