Advertisment

ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ପରଲୋକ

ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ପରଲୋକ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ପ୍ରଣୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ଚିକିତ୍ସା ପରେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିଲା ପିପିଲି: ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ଭାଇ…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ପରଲୋକ

Pranaya Moharathy

  • ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ପରଲୋକ
  • ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ
  • ପ୍ରଣୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ
  • ଚିକିତ୍ସା ପରେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିଲା
Advertisment

ପିପିଲି: ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ଏନେଇ ପ୍ରଣୟଙ୍କ ପୁଅ ଶାକ୍ୟ ପ୍ରତାପ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା।

ସୂଚନା ଅନୁସାରେ, ପ୍ରଣୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ମେ’ ୧୦ରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ହେଲେ ଗତ ୪ ଦିନ ହେଲା ସେ ICUରେ ଥିଲେ। ତେବେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି।

Advertisment

୨୦୨୦ ମସିହା ଅକ୍ଟୋବର ୪ରେ ବରିଷ୍ଠ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ପରଲୋକ ହୋଇଥିଲା। ସୂଚନା ଥାଉକି, ୨୦୨୦ ସେପ୍ଟେମ୍ବର ୧୪ ତାରିଖରେ ମହାରଥୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ହସ୍ପିଟାଲରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ପୂର୍ବରୁ ସେ ଅନେକ ରୋଗରେ ପୀଡ଼ିତ ଥିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୨୦୨୦ ଅକ୍ଟୋବର ୪ରେ ତାଙ୍କର ଦେହାନ୍ତ ହୋଇଥିଲା

Advertisment
Advertisment