pradeep majhi
ନବରଙ୍ଗପୁର : ହିଂସା ଉସକାଉଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ବେଳେ ହିଂସା କରିବାକୁ ଖୋଲାଖୋଲି କହୁଛନ୍ତି ପ୍ରଦୀପ । କଂଗ୍ରେସ କର୍ମୀଙ୍କୁ ଡିଜେଲ୍ ପେଟ୍ରୋଲ ପ୍ରସ୍ତୁତ କରିବାକୁ କହୁଛନ୍ତି ।
ନିର୍ଦ୍ଦେଶ ଯିବା ମାତ୍ରେ ନିଆଁ ଲଗାଇ ଦବ। ପରେ ଯାହାହେବ ଦେଖାଯିବ। ଏପରି କିଛି ଢଙ୍ଗରେ ଆଜି କର୍ମୀଙ୍କୁ ମୋବାଇଲ୍ରେ ନିର୍ଦ୍ଦେଶ ଦେଇଛନ୍ତି ପ୍ରଦୀପ ମାଝୀ ।
ଯାହାର EXCLUSIVE ଫୁଟେଜ୍ ମିଳିଛି । ଏହି ଭିଡିଓରେ ପ୍ରଦୀପ ମାଝୀ ଖୋଲାଖୋଲି ତାଙ୍କ ସମର୍ଥକ ମାନଙ୍କୁ ଉସୁକାଉଥିବା ଶୁଣିବାକୁ ମିଳୁଛି।
ଆଜି ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦେଇଛି କଂଗ୍ରେସ । କୋଷାଗୁମୁଡ଼ା ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ଦୋଷୀଙ୍କୁ ଗିରଫ ଦାବି ଏବଂ ପୁଲିସ ନିଷ୍କ୍ରିୟତା ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pradeep-majhi_1626688367.jpg)