Cracker Blast Photograph: (OTV)
କଟକ ଜଗତପୁର ବିସ୍ଫୋରଣରେ ଆଖି ବୁଜିଲେ ୨ ଗୁରୁତର। ବିସ୍ଫୋରଣରେ ଗୁରୁତର ମାଆ-ଝିଅଙ୍କୁ ମୃତ ଘୋଷଣା କଲେ ଡାକ୍ତର। ଅନ୍ୟ ଜଣେ ଶିଶୁ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। କଟକ ଜଗତପୁର ମହାଜନପୁରରେ ଘଟିଥିଲା ଭୟଙ୍କର ବାଣ ବିସ୍ଫୋରଣ। ଜଗତପୁର ମହାଜନପୁର ଅଞ୍ଚଳରେ ଘର ଭିତରେ ବାଣ ଭିଡ଼ିଲା ବେଳେ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି।
ବିସ୍ଫୋରଣରେ ୩ ଜଣ ଗୁରୁତର ହୋଇ SCB ମେଡିକାଲରେ ଭର୍ତ୍ତି ହୋଇଥିଲେ। ଘର ମାଲିକଙ୍କ ପତ୍ନୀ, ବୋହୁ ଓ ନାତୁଣୀଙ୍କୁ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାୟୀ ଏହି ଗ୍ରାମର ଗୋବିନ୍ଦ ନାୟକ ଘରେ ବାଣ ମହଜୁତ ଥିବା ସହିତ ଅଧିକ ବାଣ ଭିଡା ଯାଉଥିବା ସମୟରେ ବିସ୍ଫୋରଣ ହୋଇଥିଲା। ବାଣ ବିସ୍ଫୋରଣରେ ଦୁଇ ବଖରା ଘର ମଧ୍ୟ ପୋଡି ଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/20/cracker-blast-2026-02-20-08-27-10.jpg)