arun bothra
ଭୁବନେଶ୍ୱର : ବିଦ୍ୟୁତ୍ ବିଲ୍ ବକେୟାକୁ ନେଇ ସେସୁର ସିଇଓ ଅରୁଣ ବୋଥ୍ରା ଆଜି ସାମ୍ୱାଦିକ ସମ୍ମିଳନୀ କରିଛନ୍ତି। ସାଧାରଣ ଖାଉଟିଙ୍କ ପାଖରେ ପାଖାପାଖି ୨ ହଜାର କୋଟି ଟଙ୍କା ବିଦ୍ୟୁତ୍ ବିଲ୍ ବାକି ଅଛି। ତେଣୁ ବକେୟା ବିଲ୍ ଆଦାୟ କରିବା ପାଇଁ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରାଯିବ ବୋଲି ବୋଥ୍ରା ସମ୍ମିଳନୀରେ କହିଛନ୍ତି।
ସିଇଓ ଅରୁଣ ବୋଥ୍ରା ଆହୁରି ମଧ୍ୟ କହିଛନ୍ତି, ‘ସେସୁର ଆର୍ଥିକ ସ୍ଥିତି ବର୍ତ୍ତମାନ ଭଲ ନାହିଁ। ଲୋକଙ୍କ ପାଖରେ ୧୯୭୧ କୋଟି ଟଙ୍କା ବାକି ପଡ଼ିଛି। ତେଣୁ ମିଡିଆ ଜରିଆରେ ଆମେ ଲୋକଙ୍କୁ ଅନୁରୋଧ କରୁଛୁ, ବକେୟା ଥିବା ବିଲ୍ ପୈଠ କରନ୍ତୁ। ଆପଣମାନେ ଆମକୁ ପଇସା ପୈଠ କଲେ ଆମେ ଆପଣଙ୍କୁ ଭଲ ସର୍ଭିସ୍ ଦେଇପାରିବୁ। ଲୋକ ଚାହୁଁଛନ୍ତି ତାଙ୍କ ଏରିଆରେ ୨୪ ଘଣ୍ଟା ବିଜୁଳି ଏବଂ ଭୋଲ୍ଟଟେଜ୍ ସମସ୍ୟା ନରହୁ। କିନ୍ତୁ ଆମକୁ ପୂରା ପଇସା ଯୋଗାଇ ଦେଲେ, ଆମେ ଲୋକମାନଙ୍କୁ ଏହି ସୁବିଧା ଦେଇପାରିବୁ।’
ପାଖାପାଖି ୨ ବର୍ଷ ଧରି ଲକ୍ଷେ ଲୋକ ବକେୟା ପୈଠ କରିନାହାନ୍ତି। ତାଙ୍କ ମଧ୍ୟରେ ୫୮ ହଜାରରୁ ଅଧିକ ଲୋକ ରହିଛନ୍ତି, ଯେଉଁମାନଙ୍କ ପାଖରେ ୫୦ ହଜାରରୁ ଅଧିକ ବିଦ୍ୟୁତ୍ ବିଲ୍ ବାକି ଅଛି। ସେସବୁକୁ ମିଶାଇଲେ ୬୦୯୧ କୋଟି ଟଙ୍କା ହେବ।
ସେହିପରି ବକେୟା ୧୯୭୧ କୋଟି ଟଙ୍କା ମଧ୍ୟରୁ ଡୋମେଷ୍ଟିକ୍ରେ ୯୨ ପ୍ରତିଶତ ଓ କର୍ମସିଆଲ୍ରେ ୭.୧ ପ୍ରତିଶତ ବିଲ୍ ବାକି ରହିଛି। କିଛି ଇଣ୍ଡଷ୍ଟ୍ରିରେ ୧୦୮ କୋଟି ଟଙ୍କା ବାକି ଅଛି। ସେମାନଙ୍କଠାରୁ ବି ବକେୟା ଆଦାୟ କରିବା ପାଇଁ ଆମେ ଚେଷ୍ଟା କରୁଛୁ।
ଆଜିର ସମ୍ମିଳନୀରେ ଏହି ନିଷ୍ପତ୍ତି ହୋଇଛି ଯେ ବକେୟା ପୈଠ କରିବା ପାଇଁ ଲୋକଙ୍କୁ ମାସେ ସମୟ ଦିଆଯିବ। ପେପର୍, ଟିଭି, ରେଡିଓ ଓ ଲିପ୍ଲେଟ୍ ଓ ମେସେଜ୍ ଜରିଆରେ ଲୋକଙ୍କୁ ଅବଗତ କରାଯିବ। ମାସେ ମଧ୍ୟରେ ଟଙ୍କା ପୈଠ କରି ନପାରିଲେ ୧୬ ଜାନୁଆରୀରୁ ଖାଉଟିଙ୍କ କନେକସନ୍ କାଟି ଦିଆଯିବ।
ଯେଉଁ ଲୋକମାନେ ଅଧିକ ଟଙ୍କା ଦେଇପାରିବେ ନାହିଁ ବୋଲି ଚିନ୍ତା କରୁଛନ୍ତି, ସେମାନେ ଇନ୍ଷ୍ଟଲ୍ମେଣ୍ଟ ଜରିଆରେ ମଧ୍ୟ ପେମେଣ୍ଟ କରିପାରିବେ।
ଯଦି ଆପଣଙ୍କର ପଇସା ଦେବାକୁ ଇଚ୍ଛା ଅଛି, ତେବେ ଆମେ ଇଲେକ୍ଟ୍ରିସିଟି ଦେବାକୁ ଇଚ୍ଛା କରିବୁ। ଖାଉଟି ଆମକୁ ଭଲରେ ପଇସା ଦେଲେ, ଆମେ ତାଙ୍କୁ ଭଲରେ ଇଲେକ୍ଟ୍ରିସିଟି ଦେବୁ ବୋଲି ସେସୁର ସିଇଓ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/arun-bothra_1626687109.jpg)