Advertisment

Villagers Duped: ଠକି ଦେଲେ ଡାକ ବାବୁ, ଖାଇଗଲେ ଜମା ଟଙ୍କା

ଠକି ଦେଲେ ଡାକ ବାବୁ, ଖାଇଗଲେ ଜମା ଟଙ୍କା। ୨୮ ଜଣଙ୍କୁ ଚୂନ ଲଗାଇଲେ ପୋଷ୍ଟ ମାଷ୍ଟର। ଜମାକାରୀଙ୍କ ୧୫ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ। ଥାନାର ଦ୍ବାରସ୍ଥ ହେଲେ ଗୁଡିକଂଶ ଗ୍ରାମବାସୀ।

TELAKOI_POSTMAN-SCAM

TELAKOI_POSTMAN-SCAM Photograph: (OTV)

Advertisment

ଠକି ଦେଲେ ଡାକ ବାବୁ,ଖାଇଗଲେ ଜମା ଟଙ୍କା। ୨୮ ଜଣଙ୍କୁ ଚୂନ ଲଗାଇଲେ ପୋଷ୍ଟ ମାଷ୍ଟର। ୧୫ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ। ଏନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି କେନ୍ଦୁଝର ଜିଲ୍ଲା ପୁରୁଯୋଡ଼ା ପୋଷ୍ଟ ଅଫିସ ଅଧୀନ ଗୁଡିକଂଶ ଗ୍ରାମବାସୀ।

Advertisment

ଅଧିକ ଲାଭର ପ୍ରଲୋଭନ ଦେଖାଇ ବୀମା ଓ ଜମା ଟଙ୍କା ହଡ଼ପ କରିଥିବା ଅଭିଯୋଗ। ପୁରୁଯୋଡ଼ା ପୋଷ୍ଟ ଅଫିସରେ କାର୍ଯ୍ୟରତ ପୋଷ୍ଟ ମାଷ୍ଟର ବାବୁଲାଲ ପାତ୍ର ଗୁଡିକଂଶ ଗାଁ ଘରେ ଘରେ ଯାଇ ଡାକ ଘରେ ଥିବା ବିଭିନ୍ନ ଲୋଭନୀୟ ପଲିସିରେ ଅର୍ଥ ଜମା କରି ଲାଭ ନେବାପାଇଁ ପ୍ରବାର୍ତ୍ତାଇଲେ।

ମେଚୁରିଟି ହୋଇଯିବା ପରେ ଟଙ୍କା ଉଠାଇବାକୁ ଗଲା ବେଳକୁ ନକଲି ବଣ୍ଡ ଜରିଆରେ ବାବୁଲାଲ ୧୫ ଲକ୍ଷ ଟଙ୍କା ଋଣ ଉଠାଇ ହଡ଼ପ କରିଥିବା ଜଣାପଡିଛି। ଏନେଇ ତେଲକୋଇ ଥାନାର ଆଶ୍ରୟ ନେଇଛନ୍ତି ଠକାମୀର ଶିକାର ହୋଇଥିବା ବ୍ୟକ୍ତି।

Advertisment

•    ଠକି ଦେଲେ ଡାକ ବାବୁ, ଖାଇଗଲେ ଜମା ଟଙ୍କା 
•    ୨୮ ଜଣଙ୍କୁ ଚୂନ ଲଗାଇଲେ ପୋଷ୍ଟ ମାଷ୍ଟର
•    ଜମାକାରୀଙ୍କ ୧୫ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ
•    ଥାନାର ଦ୍ବାରସ୍ଥ ହେଲେ ଗୁଡିକଂଶ ଗ୍ରାମବାସୀ

Keonjhar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ