Advertisment

ବାତ୍ୟା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ଦିଆଯିବ ବୀମା ରାଶି

ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ବୀମା ପ୍ରଦାନ ଉପରେ ଗୁରୁତ୍ୱ । ଅଯଥା ଡକୁମେମେଣ୍ଟ ନ ମାଗି ସରଳ ଉପାୟରେ ବୀମା ଟଙ୍କା ପ୍ରଦାନ କରିବାକୁ ସମସ୍ତ ବୀମା କଂପାନୀଙ୍କୁ କୁହାଯାଇଛି। କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀ, ଚାଷୀ, କ୍ଷୁଦ୍ରଶିଳ୍ପ, ହୋଟେଲ ମାଲିକ  ପ୍ରାଥମିକ ଡକ୍ୟୁମେଣ୍ଟ ଦେଇ ବୀମା ଟଙ୍କା ପାଇପାରିବେ । ମୁଦ୍ରା ଯୋଜନାରେ ହୋଟେଲ ବ୍ୟବସାୟୀଙ୍କୁ ଋଣ ପ୍ରଦାନ କରାଯିବ । ଛୋଟ ଛୋଟ ବ୍ୟବସାୟୀଙ୍କୁ ଋଣର ରିଷ୍ଟ୍ରକଚର କରି ସରଳ ଉପାୟରେ ଋଣ ଦିଆଯିବ […]

ବାତ୍ୟା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ଦିଆଯିବ ବୀମା ରାଶି

bima

Advertisment

ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ବୀମା ପ୍ରଦାନ ଉପରେ ଗୁରୁତ୍ୱ । ଅଯଥା ଡକୁମେମେଣ୍ଟ ନ ମାଗି ସରଳ ଉପାୟରେ ବୀମା ଟଙ୍କା ପ୍ରଦାନ କରିବାକୁ ସମସ୍ତ ବୀମା କଂପାନୀଙ୍କୁ କୁହାଯାଇଛି। କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀ, ଚାଷୀ, କ୍ଷୁଦ୍ରଶିଳ୍ପ, ହୋଟେଲ ମାଲିକ  ପ୍ରାଥମିକ ଡକ୍ୟୁମେଣ୍ଟ ଦେଇ ବୀମା ଟଙ୍କା ପାଇପାରିବେ ।

Advertisment

ମୁଦ୍ରା ଯୋଜନାରେ ହୋଟେଲ ବ୍ୟବସାୟୀଙ୍କୁ ଋଣ ପ୍ରଦାନ କରାଯିବ । ଛୋଟ ଛୋଟ ବ୍ୟବସାୟୀଙ୍କୁ ଋଣର ରିଷ୍ଟ୍ରକଚର କରି ସରଳ ଉପାୟରେ ଋଣ ଦିଆଯିବ । ଫସଲ ବୀମା ପାଇଁ କେରଳ ମଡେଲ ଆପଣାଇବା ସହ ଋଣ ପାଇଁ ସର୍ତ୍ତ କୋହଳ କରାଯିବ । ଫସଲ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ  କୁହାଯାଇଛି ।

ଆଜି ଭୁବନେଶ୍ୱରରେ ବସିଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସମୀକ୍ଷା ବୈଠକରେ ସମସ୍ତ ବ୍ୟାଙ୍କ, ବୀମା କମ୍ପାନୀ ମାନଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପ୍ରଭାବିତ ୬ଟି ଜିଲ୍ଲାରେ ଥିବା ୧୯୯୨ ବ୍ୟାଙ୍କ ଶାଖା ମଧ୍ୟରୁ ୧୯୩୪ଟି ଶାଖା କାର୍ଯ୍ୟକ୍ଷମ ରହିଛି । ସେହିପରି ୨୯୨୧ଟି ଏଟିଏମ୍‌ କାଉଣ୍ଟର ମଧ୍ୟରୁ ୨ହଜାରରୁ ଅଧିକ ଏଟିଏମ୍‌ ଖୋଲିଛି ବୋଲି ସୂଚନା ଦିଆଯାଇଛି।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ