Nuapada Bypoll Photograph: (OTV)
ଭୋଟ୍ ଦେଉଛି ନୂଆପଡ଼ା। ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ। ସକାଳ ସାଢ଼େ ୫ରୁ ମକ୍ ପୋଲ୍ ପରେ ଭୋଟିଂ ଆରମ୍ଭ ହୋଇଛି । ସୁନାବେଡ଼ାର ୮ଟି ବୁଥରେ ଅପରାହ୍ନ ୪ଟାରେ ସରିବ ମତଦାନ। ଅନ୍ୟ ବୁଥ୍ ମାନଙ୍କରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ହେବ। ସମୟ ସରିବା ପୂର୍ବରୁ ଯେଉଁମାନେ ଧାଡ଼ିରେ ଥିବେ ଭୋଟ୍ ଦେଇପାରିବେ।
ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ରହିଛି ମୋଟ୍ ୩୫୮ଟି ବୁଥ୍। ଯାହା ଭିତରୁ ୪୭ଟି ସମ୍ବେଦନଶୀଳ ଓ ୮ଟି ଅତି ସମ୍ବେଦନଶୀଳ। ଇଭିଏମ୍, ଭିଭିପାଟ୍ ଓ ଅନୁସଙ୍ଗିକ ସାଜ ସରଞ୍ଜାମ ଧରି ପ୍ରସ୍ତୁତ ପୋଲିଂ ଅଧିକାରୀ। ପ୍ରତି ପୋଲିଂ ପାର୍ଟିରେ ଅଛନ୍ତି ୫ ଜଣିଆ ଟିମ୍। ତିନି ପ୍ରମୁଖ ଦଳ ବିଜେପି-ବିଜେଡି ଓ କଂଗ୍ରେସର ପ୍ରାର୍ଥୀଙ୍କୁ ମିଶାଇ ମଇଦାନରେ ୧୪ ଜଣ ଥିବାବେଳେ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର।
ଯେଉଁଥିରେ ମହିଳାଙ୍କ ସଂଖ୍ୟା ସର୍ବାଧିକ ୧ ଲକ୍ଷ ୨୯ ହଜାର ୪୯୫। ନିର୍ବାଚନକୁ ମୁକ୍ତ ଓ ଅବାଧ କରିବାକୁ ସବୁ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ବରେ ୧୪ କଂପାନୀ କେନ୍ଦ୍ରୀୟ ଫୋର୍ସ ସହ ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ସୁରକ୍ଷାବଳ ନିୟୋଜିତ ଅଛନ୍ତି।.. ଆସନ୍ତା ୧୪ ତାରିଖରେ ପ୍ରକାଶ ପାଇବ ଫଳ।
• ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ
• ୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର ନେତା ବାଛିବେ
• ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର
• ମୋଟ୍ ୩୫୮ ମତଦାନ କେନ୍ଦ୍ରରୁ ୪୭ଟି ସମ୍ବେଦନଶୀଳ ବୁଥ୍
• ସୁରକ୍ଷା ଦାୟିତ୍ବରେ ୧୪ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
• ସୁନାବେଡ଼ାର ୮ଟି ବୁଥରେ ଅପରାହ୍ନ ୪ଟାରେ ସରିବ ମତଦାନ
• ଅନ୍ୟ ବୁଥ୍ ମାନଙ୍କରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ହେବ
• ଆସନ୍ତା ୧୪ ତାରିଖରେ ପ୍ରକାଶ ପାଇବ ଫଳାଫଳ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/11/nuapada-bypoll-2025-11-11-10-15-16.jpg)