Advertisment

SDG ରିପୋର୍ଟକୁ ନେଇ ମୁହାଁମୁହିଁ ବିଜେପି-ବିଜେଡ଼ି

ଏସଡିଜି ଇଣ୍ଡିଆ ରାକିଂ ନେଇ ବିଜେପି-ବିଜେଡି ମୁହାଁମୁହିଁ। ଓଡିଶାର ସ୍ଥାନ ତଳକୁ ଖସିଥିବାରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସମାଲୋଚନା କରିଛନ୍ତି। ରାଜ୍ୟରେ ଅପରାଧ ବଢ଼ୁଛି ଦେଶରେ ତଳଆଡୁ ପଂଚମ ସ୍ଥାନରେ ରହିଛି ଓଡିଶା। ରାଜ୍ୟର ନିମ୍ନ ପ୍ରଦର୍ଶନ ରାଜ୍ୟବାସୀଙ୍କ ପାଇଁ ଦୁଃଖର ବିଷୟ ବୋଲି ସେ ଅଭିଯୋଗ କରିଛନ୍ତି।

author-image
Sarbeswar
SDG ରିପୋର୍ଟକୁ ନେଇ ମୁହାଁମୁହିଁ ବିଜେପି-ବିଜେଡ଼ି

bjd-bjp

ଭୁବନେଶ୍ୱର: ଏସଡିଜି ଇଣ୍ଡିଆ ରାକିଂ ନେଇ ବିଜେପି-ବିଜେଡି ମୁହାଁମୁହିଁ। ଓଡିଶାର ସ୍ଥାନ ତଳକୁ ଖସିଥିବାରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସମାଲୋଚନା କରିଛନ୍ତି। ରାଜ୍ୟରେ ଅପରାଧ ବଢ଼ୁଛି ଦେଶରେ ତଳଆଡୁ ପଂଚମ ସ୍ଥାନରେ ରହିଛି ଓଡିଶା। ରାଜ୍ୟର ନିମ୍ନ ପ୍ରଦର୍ଶନ ରାଜ୍ୟବାସୀଙ୍କ ପାଇଁ ଦୁଃଖର ବିଷୟ ବୋଲି ସେ ଅଭିଯୋଗ କରିଛନ୍ତି। ୨୦୧୯ରେ ଏସଡିଜି ଇଣ୍ଡିଆ ରାକିଂରେ ୧୬ ତମ ସ୍ଥାନରେ ଥିବା ବେଳେ ଏବେ ଓଡିଶା ୨୧ତମ ସ୍ଥାନକୁ ଖସି ଆସିଛି। ରାଜ୍ୟରେ ମନରେଗାରେ ନିଯୁକ୍ତି କମିଛି, ନାରୀ ନିର୍ଯାତନା ବଢ଼ିଛି, ବେକାରୀ ବଢ଼ିଛି ରାଜ୍ୟରେ ଇଣ୍ଟରନେଟ ୟୁଜର୍ସଙ୍କ ସଂଖ୍ୟା କମିଛି।

Advertisment

ଏଥିସହ ହତ୍ୟା, ଶିଶୁ ବିରୋଧୀ ଅପରାଧ, ମାନବ ଚାଲାଣ ଅପରାଧ ବଢ଼ିଥିବା ଅପରାଜିତା ଷଡଙ୍ଗୀ ଅଭିଯୋଗ କରିଛନ୍ତି। ସେପଟେ ଏସଡିଜି ରିପୋର୍ଟକୁ ନେଇ ରାଜନୀତିକରଣ କରାଯିବା ଅନୁଚିତ ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି। SDG ରିପୋର୍ଟ ପ୍ରସ୍ତୁତରେ ଗଡ଼ବଡ଼ ଥିବା ଅନୁମାନ କରାଯାଉଛି। ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇବା ସହ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ଅମର। ଉପର ଠାଉରିଆ ଭାବେ ତଥ୍ୟ ପଢ଼ି ରାଜନୀତି କରିବା ଦୁଃଖର କଥା। SDG ରିପୋର୍ଟକୁ ଠିକ୍ ଭାବେ ପଢ଼ାଗଲେ ଉଦ୍ଦେଶ୍ୟ ସାଧିତ ହେବ ବୋଲି ଅମର କହିଛନ୍ତି।

Advertisment
Advertisment