66
ଭୁବନେଶ୍ୱର: ରାଜଧାନୀରୁ କାର୍ ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି। ଲୁଟେରାଙ୍କ ସହ ଚୋରା କାର କିଣିବା ଅଭିଯୋଗରେ ୪ ଗିରଫ ହୋଇଛନ୍ତି । ଏମାନଙ୍କଠାରୁ ତିନୋଟି କାର, ସୁନା ହାର, ବାଇକ, ନକଲି ଟଏ ଗନ୍ ଜବତ କରିଛି ଖଣ୍ଡଗିରି ପୋଲିସ । ତାସହ ଲୁଟ କାରରେ ନିଶା କାରବାର ହେଉଥିବା ନେଇ ସୂଚନା ମିଳିଛି । ଖଣ୍ଡଗିରି ଥାନା ଅଧୀନରେ ଗୋଟିଏ କାର ଲୁଟ ଘଟଣାର ଖୋଳତାଡ ବେଳେ ଲୁଟେରାଙ୍କଠାରୁ ଖୋର୍ଦ୍ଧା ଅଞ୍ଚଳରୁ ଅନ୍ୟ ଦୁଇଟି ଲୁଟ୍ କାରକୁ ପୋଲିସ ଜବତ କରିଛି ।
ଖଣ୍ଡଗିରିରୁ ଲୁଟ୍ କାର ଜଣେ ପୋଲିସ ସବ୍ଇନ୍ସପେକ୍ଟରଙ୍କର। ଏହି ଗ୍ୟାଙ୍ଗ ଏକାଧିକ ଲୁଟ ଘଟଣାରେ ମଧ୍ୟ ସଂପୃକ୍ତ । ଅଭିଯୁକ୍ତମାନେ ଭଡାରେ କାର ନେବା ବାହାନାରେ ବୁକ୍ କରିବା ପରେ ଡ୍ରାଇଭରକୁ ଟଏ୍ ଗନ୍ ଦେଖାଇ ଭୟଭିତ କରିବା ସହ ଆକ୍ରମଣ କରି କାର ଲୁଟ କରନ୍ତି । ଜବତ ଲୁଟ୍ କାରର ନମ୍ବର ପରିବର୍ତ୍ତନ କରିଛନ୍ତି ଲୁଟେରା । ସେହିପରି ରାଜଧାନୀରେ ଅନ୍ୟ ଦୁଇଟି କାର ଲୁଟ୍ ଘଟଣାରେ ପୋଲିସ ସୁରାଗ ପାଇଥିବା ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/66-5_1626693386.jpg)