barsha
ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତ ସମ୍ପର୍କ ଏବେ ଅଧିକ ବିବାଦୀୟ ହେବାରେ ଲାଗିଛି। ଏହିକ୍ରମରେ ବର୍ଷା ୧୦୦ ଡାଏଲ୍ କରି ସୁରକ୍ଷା ମାଗିଛନ୍ତି। ଏହା ପରେ ସାଂସଦ ଅନୁଭବ ମହାନ୍ତିଙ୍କ କଟକ ନନ୍ଦିସାହି ଘରେ ପହଞ୍ଚିଛି ପୋଲିସ୍। ବର୍ଷାଙ୍କୁ ସୁରକ୍ଷା ଦେବା ପାଇଁ ପେଲିସ ପହଞ୍ଚିଥିବା ଜଣାପଡ଼ିଛି।
ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟ ଏବେ ସବୁଠି ଚର୍ଚ୍ଚା। ଏହି ମାମଲାରେ ବର୍ଷା ଆଣିଥିବା ପାରିବାରିକ ହିଂସା ମାମଲାରେ ଆଜି ଶୁଣାଣି ଥିବା ବେଳେ ପରବର୍ତୀ ଶୁଣାଣି ଅକ୍ଟୋବର ୧୨କୁ ଘୁଞ୍ଚିଛି। ସେପଟେ ବର୍ଷା ସୁରକ୍ଷା ପାଇଁ ପୋଲିସକୁ ଫୋନ୍ କରି ସୁରକ୍ଷା ମାଗିଛନ୍ତି। ତେବେ ପୁଲିସ ସାଂସଦ ଅନୁଭବଙ୍କ ଘରେ ପହଚିଂ ଥିବା ଜଣାପଡ଼ିଛି।
ସୂଚନାରୁ ପ୍ରକାଶ, ସାଂସଦ ସ୍ୱାମୀ ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସାଂଘାତିକ ଅଭିଯୋଗ ଆଣି କଟକ ଏସ୍ଡିଜେଏମ୍ କୋର୍ଟରେ ଆଶ୍ରୟ ନେଇଥିଲେ। ସେହିପରି ଅନୁଭବ ମଧ୍ୟ ପତ୍ନୀଙ୍କଠାରୁ ଛାଡ଼ପତ୍ର ପାଇଁ ଦିଲ୍ଲୀ ପଟିଆଲା କୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/barsha_1625349737.jpg)