Advertisment

Police personnel attacked: ପୋଲିସକୁ ମାଡ; ପିସିଆର ଭ୍ୟାନ ଭଙ୍ଗାରୁଜା ଉଦ୍ୟମ

ତମାଣ୍ଡୋ ଅଞ୍ଚଳରେ ଅସଦାଚରଣ ଅଭିଯୋଗ ଖବର ପାଇ ଯାଇଥିଲା ପୋଲିସ। ସେଠାରେ ପୋଲିସକୁ ଆକ୍ରମଣ ସହ ପିସିଆର ଭ୍ୟାନ ଭଙ୍ଗାରୁଜା ଉଦ୍ୟମ ହୋଇଥିଲା। ୫ ଜଣଙ୍କୁ ଅଟକ ରଖି ପୋଲିସ ତନାଘନା ଆରମ୍ଭ କରିଛି।

police-attack

police-attack Photograph: (OTV)

Advertisment

ରାଜଧାନୀରେ ପୋଲିସକୁ ମାଡ଼ ହୋଇଥିବା ଅଭିଯୋଗ ଆସିଛି । ଅସଦାଚରଣ ଅଭିଯୋଗ ଖବର ପାଇ ପୋଲିସ୍ ଘଟଣାସ୍ଥଳକୁ ଯାଇଥିବା ବେଳେ ପୋଲିସକୁ ମାଡ଼ ହେବା ସହ ପିସିଆର ଭ୍ୟାନ ଭଙ୍ଗାରୁଜା କରିବାକୁ ଉଦ୍ୟମ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ତମାଣ୍ଡୋ ଥାନା ଅଞ୍ଚଳରେ। 
ସୂଚନା ଅନୁଯାୟୀ ଜଣେ ଯୁବତୀଙ୍କୁ ଅସଦାଚରଣ ନେଇ ଗତ କାଲି ରାତି ପ୍ରାୟ ୧୦ ଟା ସମୟରେ ଥାନାରେ ଅଭିଯୋଗ ହୋଇଥିଲା । ଖବର ପାଇ ପିସିଆର ଭ୍ୟାନ ଘଟଣା ସ୍ଥଳରେ ପହଞ୍ଚିଥିଲା । ତେବେ ସ୍ଥାନୀୟ ଲୋକେ ଓ ଅଭିଯୋଗକାରୀଙ୍କ ପକ୍ଷରୁ ପିସିଆର ଭ୍ୟାନ ଭାଙ୍ଗିବାକୁ ଉଦ୍ୟମ କରିବା ସହ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି। ତୁରନ୍ତ ୩ଟି ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଞ୍ଚିଥିଲା। 
ଘର ମାଲିକ ଭଡାରେ ଥିବା ଯୁବତୀଙ୍କୁ ଅସଦାଚରଣ ନେଇ ଅଭିଯୋଗ ହୋଇଛି। ସେପଟେ ଘର ମାଲିକଙ୍କ ପରିବାର ଲୋକେ ଓଲଟା ଅଭିଯୋଗ ଆଣିଛନ୍ତି। ଭଡା ଟଙ୍କା ମାଗିବାରୁ ଭଡାଟିଆ ମିଛ ଅଭିଯୋଗ ଆଣିଥିବା ସେମାନେ ପାଲଟା ଅଭିଯୋଗ କରିଛନ୍ତି। ଅନ୍ୟପଟେ ପୋଲିସକୁ ମାଡ଼ ମାରିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଛି। ମୋଟ ୩ ମାମଲା ରୁଜୁ କରି ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ତେବେ ଏହି ଘଟଣାରେ କମିଶନରେଟ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment
Police Attacked
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ