Advertisment

କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ; ଜବତ ହେଲା ବନ୍ଧୁକ, ଗୁଳି

କଟକ:ରାଜ୍ୟରେ ବଢୁଛି ଚୋରା ବନ୍ଧୁକ କାରବାର।  ଚୋରା ବନ୍ଧୁକ କାରବାର ରୋକିବାକୁ କମିଶନରେଟ ପୋଲିସ ଚଳାଇଥିଲା ସ୍ପେଶାଲ ଡ୍ରାଇଭ । ଏହି ସ୍ପେଶାଲ ଡ୍ରାଇଭବେଳେ ୧୧ ବନ୍ଧୁକ ଓ ୫୧ଟି ଗୁଳି ଜବତ କରାଯାଇଛି। ଏହା ସହ ୪ ଜଣ ଅପରାଧୀଙ୍କୁ…

କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ; ଜବତ ହେଲା ବନ୍ଧୁକ, ଗୁଳି

cp-press-meet

Advertisment

କଟକ:ରାଜ୍ୟରେ ବଢୁଛି ଚୋରା ବନ୍ଧୁକ କାରବାର।  ଚୋରା ବନ୍ଧୁକ କାରବାର ରୋକିବାକୁ କମିଶନରେଟ ପୋଲିସ ଚଳାଇଥିଲା ସ୍ପେଶାଲ ଡ୍ରାଇଭ । ଏହି ସ୍ପେଶାଲ ଡ୍ରାଇଭବେଳେ ୧୧ ବନ୍ଧୁକ ଓ ୫୧ଟି ଗୁଳି ଜବତ କରାଯାଇଛି। ଏହା ସହ ୪ ଜଣ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ ପୋଲିସ।

Advertisment

ଏକ ପ୍ରେସ ମିଟ୍‌ରେ ସୂଚନା ଦେଇ କମିଶନର ପୋଲିସ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଏହି କାରବାରର  ମାଷ୍ଟର ମାଇଣ୍ଡ ତାଳଚେରର ଟୁକୁନା ସ୍ୱାଇଁ । ଠାରୁ ତଥ୍ୟ ମିଳିବା ପରେ ପୋଲିସ ଏହି ଚଢାଉ କରିଥିଲା । ଟୁକୁନାକୁ ରିମାଣ୍ଡରେ ଆଣି ପଚରାଉଚରା ବେଳେ ୪ ଅପରାଧୀଙ୍କ ବାବଦରେ ଟେର ପାଇ ସେମାନଙ୍କୁ ଗିରଫ କରିଛି । ଟୁକୁନା ନାଁ ରେ ଅନୁଗୁଳ ଓ ଜଗତ୍‌ସିଂହପୁରରେ ୧୮ଟି କେସ ରହିଛି।

ଅନ୍ୟଜଣେ ଅଭିଯୁକ୍ତ ସନ୍ତୋଷ ରାଉତ ନାମରେ କଟକ ଓ ଭୁବନେଶ୍ୱରରେ ରହିଛି ୫ଟି କେସ୍। ସେହିପରି ଜ୍ୟୋତିରଞ୍ଜନ ବାରିକ ନାଁରେ କଟକରେ ୫ କେସ ଓ ପ୍ରଶାନ୍ତ ରାଉତ ନାମରେ ୯ଟି କେସ ରହିଛି।

Advertisment

କମିଶନରେଟ ପୋଲିସ ଗିରଫ ୪ ଅପରାଧୀଙ୍କ ଠାରୁ ୪ଟି ବନ୍ଧୁକ ଓ ମାରଣାସ୍ତ୍ର ଜବତ ଜବତ କରିଛି।  ଟୁକୁନା ବିହାର ମୁଙ୍ଗେରରୁ ବନ୍ଧୁକ ଆଣି ଯୋଗାଉଥିଲା।   ଗତ ୩ ମାସ ଭିତରେ ୪୩ଟି  ଚୋରା ବନ୍ଧୁକ ଓ ୨୨୫ ମାରଣାସ୍ତ୍ର ଜବତ କଲାଣି ପୋଲିସ । କଟକ ଡିସିପିଙ୍କ ନେତୃତ୍ୱରେ ଏହି ବଡ଼ ସଫଳତା ମିଳିଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି।

କ୍ରାଇମକୁ ରୋକିବାକୁ ହେଲେ ଏଥିରେ ବ୍ୟବହୃତ ହେଉଥିବା ଚୋରା ମାରଣାସ୍ତ୍ର କାରବାର ରୋକିବା ଦରକାର। ସେଥିପାଇଁ ପୋଲିସ ଏହି କାରବାର ରୋକିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଓ ପୋଲିସକୁ ଏଥିରେ ସଫଳତା ପାଇଛି। କଟକ ଡିସିପି ପ୍ରତୀକ ସିଂହଙ୍କ ତତ୍ୱାବଧାନରେ ଏହି ଅଭିଯାନ ଚାଲିଥିଲା।

Advertisment

ସୂଚନାଥାଉ କି, କଟକରେ ଗତ କିଛି ଦିନ ହେବ ଚୋରା  ବନ୍ଧୁକ ଓ ମାରଣାସ୍ତ୍ର କାରବାର ବୃଦ୍ଧି ପାଇବାରେ ଲାଗିଛି। ଗତ ୩ ମାସ ମଧ୍ୟରେ ୨୦୦ରୁ ଊର୍ଦ୍ଧ୍ୱ ଗୁଳି ଓ  ଚୋରା ବନ୍ଧୁକ ଜବତ କରିଛି। ଧଳ ସାମନ୍ତଙ୍କ ଘରୁ ବ୍ୟାପକ ଗୁଳି ଓ ମରାଣାସ୍ତ୍ର ଜବତ ହୋଇଥିଲା। ସେହିପରି ଚାଉଳିଆଗଞ୍ଜ ଥାନା ପକ୍ଷରୁ ବିପୁଳ ସଂଖ୍ୟାକ ଚୋରା ବନ୍ଧୁକ ଜବତ କରାଯାଇଥିଲା। ଏହା ଉପରେ ନିୟନ୍ତ୍ରଣ ଲଗାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିଲା।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ