jeep
ଭଦ୍ରକ: ଭଦ୍ରକ ଜିଲ୍ଲା କଶିଆ ସାମୁଦ୍ରିକ ଥାନାରେ ଭଙ୍ଗାରୁଜା ଘଟଣାରେ ପୁଲିସ୍ ଏବେ ସୁଦ୍ଧା ୫୨ ଜଣଙ୍କୁ ଗିରଫ କରିଛି। ପୁଲିସ୍ର ଗିରଫଦାରି ଭୟରେ ବିନୋବାଭାବେ ନଗର ଗାଁ ପୁରୁଷ ଶୂନ୍ୟ ପାଲଟିଛି।
ଗାଁର ବୋହୂ ବାପଘରୁ ଶ୍ୱଶୁର ଘରକୁ ଫେରିବାରେ ବିଳମ୍ବକୁ ନେଇ ଦୁଇ ପରିବାର ମଧ୍ୟରେ ଦେଖାଦେଇଥିବା ଗଣ୍ଡଗୋଳରୁ ଥାନା ଭଙ୍ଗାରୁଜା ଯାଏଁ କଥା ଯାଇଥିଲା। ପୁଲିସ୍ ଘଟଣାର ସମାଧାନ କରିବାରେ ବିଫଳ ହେବାରୁ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା। ଲୋକେ ଥାନାରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ।
ଅଭିଯୁକ୍ତଙ୍କୁ ଧରିବାରୁ ଗାଁରେ ଏବେ ପୁଲିସ ପଇଁତରା ମାରୁଛି। ହେଲେ ଗିରଫ ଭୟରେ ଗାଁରେ ବୟସ୍କ ଓ ଛୋଟ ପିଲାଙ୍କୁ ଛାଡ଼ିଦେଲେ ଆଉ କାହାର ଦେଖାନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/jeep_1626339571.jpg)