jugal-1
ଭୁବନେଶ୍ୱର: ପରଲୋକରେ ଓଡ଼ିଶା ସାହିତ୍ୟର ଧୁରିଣ ସିପାହୀ ଯୁଗଳ କିଶୋର ଦତ୍ତ। ଓଡ଼ିଆ ସାହିତ୍ୟର ଅନ୍ୟତମ ବିଶିଷ୍ଟ ଲେଖକ ତଥା ପ୍ରସିଦ୍ଧ ଅନୁବାଦକ ଯୁଗଳ କିଶୋର ଦତ୍ତଙ୍କର ଆଜି ୯୨ ବର୍ଷରେ ପରଲୋକ ହୋଇଛି। ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଭୋଗୁଥିଲେ।
/odishatv-khabar/media/post_attachments/wp-content/uploads/2020/02/d-3.jpg)
ଶ୍ରୀଯୁକ୍ତ ଦତ୍ତ ଓଡ଼ିଆ ସାହିତ୍ୟର ଶତାଧିକ କାଳଜୟୀ କୃତିକୁ ବଙ୍ଗଳାରେ ଅନୁବାଦ କରି ରେକର୍ଡ ସୃଷ୍ଟି କରିଥିଲେ। ଯୁଗଳ କିଶୋର ଦତ୍ତଙ୍କର ଜନ୍ମ ୨୪ ଡିସେମ୍ବର, ୧୯୨୮ରେ, ଯାଜପୁର ଜିଲ୍ଲାର ମହେଶ୍ୱରପୁରରେ ହୋଇଥିଲା। ପିତା ନଦୀୟା ଚାନ୍ଦ ଓ ମାତା କିରଣବାଳା। ସରକାରୀ ଚାକିରି କରି ସେ ଅବସର ଗ୍ରହଣ କରିଥିଲେ।
/odishatv-khabar/media/post_attachments/wp-content/uploads/2020/02/jugal.jpg)
ତେବେ ଅବସର ପରେ ସେ ଅନୁବାଦ ସାହିତ୍ୟରେ ଚଞ୍ଚଳ ହୋଇପଡ଼ିଥିଲେ। ଓଡ଼ିଆ ସାହିତ୍ୟର ଅନେକ ଶ୍ରେଷ୍ଠ କୃତିକୁ ସେ ବଙ୍ଗଳାରେ ଅନୁବାଦ କରିଥିଲେ। ପ୍ରସିଦ୍ଧ ବଙ୍ଗଳା ଔପନ୍ୟାସିକ ବିମଳ ମିତ୍ରଙ୍କ ପ୍ରସିଦ୍ଧ ଉପନ୍ୟାସ 'ଆସାମୀ ହାଜିର'ର ଓଡ଼ିଆ ଅନୁବାଦ ପାଇଁ ୧୯୯୭ ମସିହାରେ ଯୁଗଳବାବୁ ପାଇଥିଲେ ‘କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର’। ସେହି ବର୍ଷ ମଧ୍ୟ ବଙ୍ଗଳା ଉପନ୍ୟାସ 'ଜନ ଗଣ ମନ' ପାଇଁ ସେ ପାଇଥିଲେ ‘ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର’।
/odishatv-khabar/media/post_attachments/wp-content/uploads/2020/02/jugal1.jpg)
ଗୋଟିଏ ବର୍ଷରେ ଓ ଗୋଟିଏ ବିଭାଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ଏକାଡେମୀ ପୁରସ୍କାର ପାଇବାରେ ସେ ଥିଲେ ଏକ ଓ ଅଦ୍ୱିତୀୟ। ତାଙ୍କ ପରଲୋକ ଖବର ଶୁଣି ଓଡ଼ିଆ ସାହିତ୍ୟର ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ଆଚାର୍ଯ୍ୟବିହାରସ୍ଥିତ ବାସଭବନରେ ତାଙ୍କର ଶେଷଦର୍ଶନ କରିଛନ୍ତି।
ବିଭିନ୍ନ ପ୍ରାନ୍ତୀୟ ଭାଷାର ସାହିତ୍ୟକୃତିକୁ ଓଡ଼ିଆରେ ଅନୁବାଦ କରି ଓଡ଼ିଶା ସାହିତ୍ୟକୁ ବଳିଷ୍ଠ କରିଥିବା ଯୁଗଳଙ୍କ ବିୟୋଗ ଓଡ଼ିଆ ସାହିତ୍ୟ ଜଗତକୁ ଏକ ଅପୂରଣୀୟ କ୍ଷତି।
/odishatv-khabar/media/post_attachments/wp-content/uploads/2020/02/lo-7.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/jugal-1_1627107577.jpg)