Chilika Photograph: (OTV)
ଚିଲିକାରେ ମାତିଛନ୍ତି ଶିକାରୀ । ଜାଲ ବିଛାଇ ଶିକାର କରୁଛନ୍ତି ବିଦେଶୀ ପକ୍ଷୀ । ବାଲୁଗାଁ ନୂଆପଡ଼ା ରେଞ୍ଜ ବୁଦ୍ଧିବର ଡିଆକୁଦା ଅଞ୍ଚଳରେ ସକ୍ରିୟ ରହିଛନ୍ତି ଶିକାରୀ । ଚିଲିକାରେ ଫାଶ ବସାଇ ପକ୍ଷୀଙ୍କୁ ଶିକାର କରୁଥିବା ଦେଖିବାକୁ ମିଳିଛି । ବେଆଇନ ଚିଙ୍ଗୁଡ଼ି ଘେରି ଅଞ୍ଚଳରେ ଫାଶ ବସାଯାଉଥିବା ସୂଚନା ମିଳିଛି ।
ଫାଶରେ ପଡ଼ି ପ୍ରତିଦିନ ଅନେକ ବିଦେଶୀ ପକ୍ଷୀଙ୍କର ଜୀବନ ଯାଉଛି । ଅନେକ ପକ୍ଷୀ ଫାଶରେ ପଡ଼ି ଛଟପଟ ହେଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ସେପଟେ ଏନେଇ ବନ୍ୟପ୍ରାଣୀ ବନଖଣ୍ଡର ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/23/chilika-2026-02-23-08-57-31.jpg)