/odishatv-khabar/media/post_attachments/uploadimage/library/16_9/16_9_0/modi-11_1626439172.jpg)
modi
ପାଟକୁରା( ମନୋଜ କୁମାର ସ୍ୱାଇଁ) : ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାଲି କେନ୍ଦ୍ରାପଡ଼ାରେ ଏକ ବିଶାଳ ସାଧାରଣ ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଅନ୍ତିମ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରଚାର ଜୋରଦାର ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗିବେ ମୋଦି। ଏଥିପାଇଁ ବାରୁଅ ପଡ଼ିଆରେ ବ୍ୟାପକ ଆୟୋଜନ ହୋଇଛି।
Advertisment
ମୋଦିଙ୍କ ସଭାରେ ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ବନ୍ଦୋବସ୍ତ ହୋଇଛି। କେନ୍ଦ୍ରାପଡ଼ା ପରେ ମୋଦି ବାଲେଶ୍ୱରରେ ପ୍ରଚାର କରିବେ।
ସେପଟେ କଂଗ୍ରେସ ପାଇଁ ପ୍ରଚାର କରିବାକୁ ଆସନ୍ତା ୨୬ ରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ରାହୁଲ ବାଲେଶ୍ୱରରେ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)