Advertisment

ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କଲେ ମୋଦି

ଜୟପୁର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଜୟପୁର ଗସ୍ତରେ ଆସି ନିର୍ବାଚନୀ ସଭାରେ ନାଁ ନନେଇ ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏଥର  ବେଶ୍‌ ଶାଣିତ ଥିଲା ମୋଦିଙ୍କ ସ୍ୱର। ଚିଟ୍‌ଫଣ୍ଡ ଦୁର୍ନୀତି, ନାରୀ ନିର୍ଯାତନା, ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ ନକରିବା, କାଳିଆ ଯୋଜନା, ଖଣି ଦୁର୍ନୀତି ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ମୋଦି କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେହିପରି ପିଏମ୍ କିଷାନ ଯୋଜନାର […]

ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କଲେ ମୋଦି

modi

Advertisment

ଜୟପୁର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଜୟପୁର ଗସ୍ତରେ ଆସି ନିର୍ବାଚନୀ ସଭାରେ ନାଁ ନନେଇ ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏଥର  ବେଶ୍‌ ଶାଣିତ ଥିଲା ମୋଦିଙ୍କ ସ୍ୱର। ଚିଟ୍‌ଫଣ୍ଡ ଦୁର୍ନୀତି, ନାରୀ ନିର୍ଯାତନା, ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ ନକରିବା, କାଳିଆ ଯୋଜନା, ଖଣି ଦୁର୍ନୀତି ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ମୋଦି କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

Advertisment

ସେହିପରି ପିଏମ୍ କିଷାନ ଯୋଜନାର କାର୍ଯ୍ୟକାରିତାକୁ ନେଇ ବି ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ରାଜ୍ୟ ସରକାରଙ୍କ ନିଜର ଯୋଜନାର ସଫଳତା ପାଇଁ ଏଭଳି ଯୋଜନାରୁ ଗରିବ ଚାଷୀଙ୍କୁ ବଞ୍ଚିତ କରିଥିବା ସେ ଅଭିଯୋଗ କରିଛନ୍ତି। ତେବେ ଡବଲ ଇଂଜିନ୍ ଅର୍ଥାତ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ହେଲେ ଓଡ଼ିଶାର ଦ୍ରୁତ ବିକାଶ ହେବ ବୋଲି କହିବା ସହ ବିଜେପିକୁ ବହୁମତରେ ଜିତାଇବା ଲାଗି ମୋଦି ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ ପୁଲଓ୍ୱାମା ଆକ୍ରମଣ ଓ ବାଲାକୋଟ୍ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ଉଠାଇ ସେ କଂଗ୍ରେସକୁ ଟାର୍ଗେଟ କରିଥିଲେ। ମୋଦି ଏହି ଅବସରରେ ଆଦିବାସୀଙ୍କ  ସମସ୍ୟା ପ୍ରସଙ୍ଗ ଉଠାଇବା ସହ ପଦ୍ମ ପୁରସ୍କାର ପାଇଥିବା ସମାଜସେବୀ କମଳା ପୂଜାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Advertisment

ମୋଦିଙ୍କ ସମାବେଶକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଦେଖା ଦେଇଥିଲା ନାହିଁ ନଥିବା ଉତ୍ସାହ` କେବଳ ଗାଡ଼ି ମଟର ନୁହେଁ, ଚାଲି ଚାଲି ମଧ୍ୟ ଆସିଥିଲେ ବହୁ ଲୋକ। ରାସ୍ତା ଘାଟ ସବୁଆଡ଼େ ବିଜେପିର ଦଳୀୟ ପତାକା। ପ୍ରଧାନମନ୍ତ୍ରୀ ସଭାସ୍ଥଳରେ ପହଞ୍ଚିବାର ବହୁ ଆଗରୁ ହଜାର ହଜାର ଲୋକ ସେଠାରେ ରୁଣ୍ଡ ହୋଇଥିଲେ।

କେତେକ ମହିଳା କର୍ମୀ ଦଳର ଚିହ୍ନ, ପଦ୍ମଫୁଲ ଥିବା ଶାଢ଼ୀ ପିନ୍ଧିଥିବାର ଦେଖା ଯାଇଥିଲା।  ଆଉ କେତେକ କର୍ମୀ ମୋଦିଙ୍କ ମୁହଁ ଥିବା ମୁଖା ପିନ୍ଧିଥିଲେ। ଭାରତ ମାତା କି ଜୟ ଏବଂ ମୋଦି ମୋଦି ସ୍ଲୋଗାନରେ କମ୍ପୁଥିଲା ପୂରା ସମାବେଶ ସ୍ଥଳ।

Advertisment

ବିଜେପି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଗୀତରେ ତାଳ ଦେଇ ଦଳର ପତାକା ଉଡ଼ାଇ କେତେକଙ୍କୁ ନାଚିବାର ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ