Advertisment

PM Modi Praises Odisha Farmer: ଓଡ଼ିଶାର ଯୁବ ଚାଷୀ ହିରୋଦ ପଟେଲଙ୍କୁ ମୋଦିଙ୍କ ପ୍ରଶଂସା

ଓଡ଼ିଶାର ଯୁବ ଚାଷୀ ହିରୋଦ ପଟେଲଙ୍କୁ ମୋଦିଙ୍କ ପ୍ରଶଂସା। 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ହିରୋଦଙ୍କ ଚାଷ ଶୈଳୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି।

PM Modi Praises Odisha Farmer

PM Modi Praises Odisha Farmer Photograph: (OTV)

Advertisment

ଓଡ଼ିଶାର ଯୁବ ଚାଷୀ ହିରୋଦ ପଟେଲଙ୍କୁ ମୋଦିଙ୍କ ପ୍ରଶଂସା। 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ହିରୋଦଙ୍କ ଚାଷ ଶୈଳୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି। ବାପା ଶିବଶଙ୍କର ପଟେଲଙ୍କଠାରୁ ପ୍ରେରଣା ପାଇ ହିରୋଦ ଚାଷ କରୁଛନ୍ତି। 'ଧାନ, କଦଳୀ, ମାଛ ଚାଷ କରି ବେଶ୍ ଲାଭବାନ୍ ହେଉଛନ୍ତି। 

Advertisment

ହିରୋଦଙ୍କ ଚାଷ ପ୍ରଣାଳୀ ଦେଖିବାକୁ ଅନେକ ଲୋକ ଆସୁଛନ୍ତି। ତେଣୁ ହିରୋଦଙ୍କଠାରୁ ଚାଷଶୈଳୀ ଶିକ୍ଷା ନେବାକୁ ପରାମର୍ଶ ଦେଇଛନ୍ତି ପିଏମ୍ ମୋଦି। ସୁନ୍ଦରଗଡ଼ ଟାଙ୍ଗରପାଲୀ ବ୍ଲକ ରତନପୁର ଗାଁରେ ହିରୋଦ ପଟେଲଙ୍କ ଘର। ଆଇଟିଆଇ ପାଠପଢ଼ା ପରେ ଚାଷ କରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। 

୮ ଏକର ଜମିରେ ମାଛ, ଫଳ, ପନିପରିବା ସହ ଫୁଲ ଭଳି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି ହିରୋଦ। ଚାଷ କାମରୁ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି।

Advertisment

PM Narendra Modi Man Ki Baat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ