modi
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ନିର୍ବାଚନୀ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଛନ୍ତି। ଦେଶ ଓ ରାଜ୍ୟରେ କିଭଳି ସରକାର ଦରକାର ତାହା ଆପଣମାନଙ୍କୁ ନିଷ୍ପତ୍ତି ନେବାକୁ ହେବ ବୋଲି ମୋଦି କହିଛନ୍ତି। ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁ ଓଡ଼ିଶାରେ ବିକାଶ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି।
ଝାଡ଼ଖଣ୍ଡର ବିକାଶ କଥା ଉଦାହରଣ ଦେଇ ମୋଦି କହିଛନ୍ତି ଯେ, ମାତ୍ର କିଛି ବର୍ଷ ପୂର୍ବରୁ ରାଜ୍ୟ ଭାବେ ଜନ୍ମ ନେଇଥିବା ଝାଡ଼ଖଣ୍ଡରେ ସେପରି କିଛି ବିକାଶ ହୋଇ ନଥିଲା। ହେଲେ ବିଜେପି ସରକାର ଆସିବା ପରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ସେହିପରି ଓଡ଼ିଶାରେ ବିକାଶ ଲାଗି ମଜଭୁତ ସରକାର ଦରକାର। ଓଡ଼ିଶାରେ ଯେ ପରିବର୍ତ୍ତନ ଅବସ୍ୟମ୍ଭାବୀ, ତାହା ଆଜିର ସଭାରୁ ସ୍ପଷ୍ଟ ହୋଇଯାଇଛି। ସଭାରେ ଏତେ ମାତ୍ରାରେ ଲୋକଙ୍କ ଏକତ୍ରିକରଣ ମୋତେ ଅଭିଭୂତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/modi-1234_1626760090.jpg)