igp
ରାଉରକେଲା: ରାଉରକେଲା ଆଇଜିଏଚ୍ରେ ଆରମ୍ଭ ହେବ ପ୍ଲାଜମା ଥେରାପି। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସାଧୀନ ଥିବା ଗୁରୁତର କରୋନା ରୋଗୀଙ୍କୁ ଆଇଜିଏଚ୍ରେ ପ୍ଲାଜମା ଥେରାପି ଦିଆଯିବ। ଏଥିପାଇଁ ସେଠାରେ ପ୍ଲାଜମା ବ୍ୟାଙ୍କ୍ ମଧ୍ୟ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ।
ଏଥିସହ ସଂକ୍ରମଣ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର୍ ସେଣ୍ଟର ଭିତ୍ତିଭୂମି ବିକାଶ ପାଇଁ ୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରାଯାଇଛି। ଆହୁରି ୧୫କୋଟି ଟଙ୍କା କରୋନା ମୁକାବିଲା ପାଇଁ ଖର୍ଚ୍ଚ କରାଯିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଜିଲ୍ଲାପାଳ । ରାଉରକେଲାରେ କୋଭିଡ୍ କେୟାର ସେଣ୍ଟର ବେଡ୍ ସଂଖ୍ୟା ୭୦୦ରୁ ୧୭ ଶହକୁ ବୃଦ୍ଧି କରାଯିବ ବୋଲି ବୋଲି ଘୋଷଣା ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/igp_1625527743.jpg)