/odishatv-khabar/media/post_attachments/uploadimage/library/16_9/16_9_0/kkkk_1625048283.jpg)
koraput
କେ।ରାପୁଟ : ଡାଟା ସାଇନ୍ସ ଛାତ୍ରଙ୍କ ଭିନ୍ନ ପ୍ରୟାସ । ବିନା ମାଟିରେ ଛାତଉପରେ କରୁଛନ୍ତି ପନିପରିବା ଚାଷ । ତେବେ ଏହିପରି ଘଟଣା ଦେଖିବାକୁ ମିଳିଛି କେ।ରାପୁଟ ଜିଲ୍ଲାରେ । ଅଙ୍କିତ ମହାନ୍ତି ନାମକ ଜଣେ ଯୁବକ ରାଜ୍ୟ ବାହାରେ ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ । ତେବେ କରେ।ନା ସମୟରେ ପାଠପଢାରେ ବ୍ୟାଘତ ହେବାରୁ ସେ ନିଜ ଘରକୁ ଫେରି ଆସିଥିଲେ । ପାଠ ପଢିବା ସମୟରେ ହିଁ କେମିତି ଭାବରେ ଉତମ ଚାଷ ହେ।ଇପାରିବ ଛାତ ଘରେ ସେନେଇ ଅନେକ ଗବେଷଣା ମଧ୍ୟ କରିଥିଲେ ।
Advertisment
ତେବେ ନିଜ ମନରେ ଥିବା ଇଚ୍ଛାଶକ୍ତି ଯେ।ଗୁଁ ନିଜ ଉଦ୍ୟମରେ ସେ ସଫଳ ହେ।ଇଛନ୍ତି । ଘର ଛାତ ଉପରେ ସେ ବାଇଗଣ, ଟମାଟେ, ଶାଗ ଆଦି ଗଛ ଲଗାଇ ଘରର ପ୍ରାୟ ସମସ୍ତ ଆବଶ୍ୟକତାକୁ ପୂରଣ କରିପାରିଛନ୍ତି । ତେବେ ଏହି ଚାଷ ବିନା ମାଟିରେ ହେଉଛି। ଗଛ ଗୁଡିକରେ କେବଳ ଜୈବିକ ସାର ପ୍ରୟେ।ଗ କରାଯାଉଥିବା ନେଇ ଅଙ୍କିତ ସୂଚନା ଦେଇଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)