Advertisment

Pitabas Murder Case: ପୀତବାସ ପଣ୍ଡାଙ୍କୁ ମାରିଛି ପ୍ରଫେସନାଲ୍ କିଲର୍! ଜଣା ପଡିଲା କିଏ ସେହି ହତ୍ୟାକାରୀ...

ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ସବୁ ଦିଗକୁ ନେଇ ତନାଘନା କରୁଛି। ହତ୍ୟା ପଛରେ ବୃତ୍ତିଗତ ନା ରାଜନୈତିକ ବିବାଦ ତାହାର ଖୋଳତାଡ଼ ଚାଲିଛି ।

Pitabasa-Murder-Case

Pitabasa-Murder-Case Photograph: (OTV)

Advertisment

ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ମାରିଛି ପ୍ରଫେସନାଲ୍ କିଲର୍ ! ସୁପାରୀ ଦେଇ ପୀତବାସ ପଣ୍ଡାଙ୍କୁ କରାଯାଇନି ତ ହତ୍ୟା (Murder Case) ? ମର୍ଡର ପଛରେ ରହିଛି କି ପ୍ରଭାଳୀ ବ୍ୟକ୍ତିଙ୍କ ହାତ ? ଖୋଲିବ ପ୍ରିପ୍ଲାନିଂ ମର୍ଡର ପଛର କଳା ଫର୍ଦ୍ଦ ! କାରଣ ବ୍ରହ୍ମପୁର ଏସପି ଶ୍ରବଣ ବିବେକ୍ ଏମ ଗଣମାଧ୍ୟମ ଆଗରେ ରଖିଥିବା ପ୍ରତିକ୍ରିୟା ସମସ୍ତଙ୍କୁ ତାଜୁବ୍ କରିଛି । ଏସପିଙ୍କ କହିବା କଥା, ୨ ଦୁର୍ବୃତ୍ତ ଧଳା ସାର୍ଟ ପିନ୍ଧିଥିଲେ । ମୁଣ୍ଡରେ କଳା ହେଲମେଟ୍ ଦେଇଥିଲେ । ଦେଶୀ ବନ୍ଧୁକରେ ଯେଉଁ ଗୁଳି ଖଞ୍ଜା ଯାଇଥିଲା ତାହା ବୋଧହୁଏ 9 MM ନୁହେଁ, ବରଂ 5.56 MM ହୋଇପାରେ । ଯାହାକୁ ବାଲିଷ୍ଟିକ ଏକ୍ସପର୍ଟ ଯାଞ୍ଚ କରୁଛନ୍ତି । ଯଦି 5.56 MM ତା’ହେଲେ ଏହି ଗୁଳି ଯଥେଷ୍ଟ ବଡ଼, ଏବଂ ଅଧିକ ଶକ୍ତିଶାଳୀ । ଅର୍ଥାତ ପୀତବାସଙ୍କ ମର୍ଡର ପ୍ଲଟ୍ ଥିଲା ଅତି ସୁଚିନ୍ତିତ ବୋଲି ଏସପି କହିଛନ୍ତି ।
ଦିନକୁ ଦିନ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆ ସୁରାକ୍ ମିଳୁଛି । ପୋଲିସ ହତ୍ୟାର ସବୁ ଦିଗକୁ ନେଇ ତନାଘନା କରୁଛି । ହତ୍ୟା ପଛରେ ବୃତ୍ତିଗତ ନା ରାଜନୈତିକ ବିବାଦ ତାହାର ଖୋଳତାଡ଼ ଚାଲିଛି । ତଦନ୍ତକୁ ଆହୁରି ଜୋରଦାର କରିବାକୁ ୬ଟି ଟିମ୍ ମଧ୍ୟ ଗଠନ କରିଛି ବ୍ରହ୍ମପୁର ପୋଲିସ । ଡିଏସପି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ଏହି ଟିମ୍ ଗଠନ ହୋଇଥିବା ବେଳେ ସବୁ ଟିମରେ ରହିଛନ୍ତି ସିନିୟର ଅଫିସର । ଟିମର ସମସ୍ତ ସଦସ୍ୟ SNT ରୋଡରୁ ଆରମ୍ଭ କରି ବୈକୁଣ୍ଠନଗର ଯାଏଁ ଥିବା ୫୦ରୁ ଅଧିକ ସିସିଟିଭି ଓ କଲରେକର୍ଡକୁ ଯାଞ୍ଚ କରୁଛନ୍ତି ।
ସେପଟେ ପୀତବାସଙ୍କ X-RAY ରିପୋର୍ଟରୁ ମିଳିଥିବା ସମସ୍ତ ତଥ୍ୟକୁ ନେଇ ପୋଲିସ କରୁଛି ବଡ଼ ଇନଭେଷ୍ଟିଗେସନ । ତେବେ ପୀତବାସଙ୍କ ମର୍ଡରର କିଏ ? କାହିଁକି ହତ୍ୟା କଲେ ? କିଲରଙ୍କ କେତେ ନିକଟତର ହେଲାଣି ପୋଲିସ ? ଏଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।

Advertisment

ଅଧିକ ଦେଖନ୍ତୁ:

Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ