Advertisment

ପିପିଲି ପାଇଁ ପ୍ରଚାର ମୈଦାନକୁ ଯିବେ ନବୀନ

ପିପିଲି ପ୍ରଚାର ମୈଦାନକୁ ଯିବେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିପିଲି ଉପନିର୍ବାଚନରେ ଦଳ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ପିପିଲି ପାଇଁ ପ୍ରଚାର ମୈଦାନକୁ ଯିବେ ନବୀନ

cm-naveen

Advertisment

ଭୁବନେଶ୍ୱର: ପିପିଲି ପ୍ରଚାର ମୈଦାନକୁ ଯିବେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିପିଲି ଉପନିର୍ବାଚନରେ ଦଳ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ପ୍ରତାପ ଦେବଙ୍କ ଘରେ ବସିଥିବା ବିଜେଡି ବୈଠକ ପରେ ଏନେଇ ସୂଚନା ମିଳିଛି। ଆଗାମୀ ୧୭ ତାରିଖରେ ପିପିଲି ନିର୍ବାଚନ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ପିପିଲି ପର୍ଯ୍ୟବେକ୍ଷକ ସୂଚନା ଦେଇଛନ୍ତି।

Advertisment

ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ପ୍ରାର୍ଥୀପତ୍ର ଖାରଜ ହୋଇଥିବା ବେଳେ ଶେଷଦିନରେ ୨ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନେଇଛନ୍ତି। ନିର୍ବାଚନରେ ଏବେ ମୋଟ ୧୦ଜଣ ଲଢୁଛନ୍ତି। ୧୦ଜଣ ପ୍ରାର୍ଥୀ ନିର୍ବାଚନ ନେଇ ସ୍ପଷ୍ଟ ହେବା ପରେ ପୋଷ୍ଟାଲ ବାଲଟ ତିଆରି କାମ ଆରମ୍ଭ ହୋଇଛି। ପିପିଲିର ମୋଟ ୩୪୮ଟି ବୁଥରେ ଅବାଧ ଓ ନିରପେକ୍ଷ ନିର୍ବାଚନ ଲାଗି ସମସ୍ତ ଅଧିକାରୀ ପ୍ରସ୍ତୁତ ବୋଲି ଅତିରିକ୍ତ ଜିଲ୍ଲାପାଳ ପୂର୍ବରୁ କହିସାରିଛନ୍ତି।

ପିପିଲି ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ବିଜେଡି, ବିଜେପି ଓ କଂଗ୍ରେସ ପ୍ରକାଶ କରିଛନ୍ତି। ବିଜେଡି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ସେହିପରି ଦେବୀ ମିଶ୍ର, ମହେଶ୍ୱର ମହାନ୍ତି, ସମୀର ଦାଶ, ପ୍ରଣବ ପ୍ରକାଶ ଦାସ, ପିନାକୀ ମିଶ୍ର, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଂଜନ ପୁଜାରୀ, ଆକାଶ ଦାସ ନାୟକ ତାଲିକାରେ ରହିଛନ୍ତି। ତାଲିକାର ଶେଷ ସ୍ଥାନରେ ରହିଛନ୍ତି ଅଭିନେତା ଅରିନ୍ଦମ ରାୟ କିନ୍ତୁ ଷ୍ଟାର ପ୍ରଚାରକ ଭାବେ ଅନୁଭବଙ୍କ ନାଁ ନାହିଁ। ତେବେ ନବୀନ ଷ୍ଟାର ପ୍ରଚାରକ ଭାବେ ମୈଦାନକୁ ଓହ୍ଲାଇଲେ ଅଧିକ ଭୋଟ୍‌ ଆସିବା ନେଇ ଦଳୀୟ କର୍ମୀମାନେ କହୁଛନ୍ତି। କିନ୍ତୁ କରୋନା ବଢୁଥିବାରୁ ମୁଖ୍ୟମନ୍ତ୍ରୀ ପିପିଲି ଗସ୍ତରେ ଯିବେ କି ନାହିଁ ତାହାକୁ ନେଇ ଅନେକ ଚର୍ଚ୍ଚା ଧରିଥିଲା। କିନ୍ତୁ ତାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଏବଂ ନବୀନ ପିପିଲି ଯିବା ନେଇ ସ୍ପଷ୍ଟ ଭାବେ ଗଣମାଧ୍ୟକୁ କହିଛନ୍ତି।

Advertisment
Pipili By-Election 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ