Advertisment

ରଥଯାତ୍ରା ବାତିଲ ପାଇଁ ହାଇକୋର୍ଟରେ ମାମଲା

ପୁରୀ: ପୁରୀ ରଥଯାତ୍ରା ବାତିଲ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। କରୋନା ମହାମାରୀ ପାଇଁ ରଥଯାତ୍ରାକୁ ବାତିଲ କରିବା ପାଇଁ କୋର୍ଟଙ୍କ ନିକଟରେ ଆବେଦନ କରାଯାଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କରାଯାଇଛି।  ଏଥିରେ କେନ୍ଦ୍ର ସହ ରାଜ୍ୟ ସରକାର ଓ ଗଜପତି ମହାରାଜା ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି। ବର୍ତ୍ତମାନ କରୋନା ମହାମାରୀ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଚାଲିଥିବା ବେଳେ ରଥଯାତ୍ରା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ନିଷ୍ପତ୍ତି […]

ରଥଯାତ୍ରା ବାତିଲ ପାଇଁ ହାଇକୋର୍ଟରେ ମାମଲା

rata-ytra

Advertisment

ପୁରୀ: ପୁରୀ ରଥଯାତ୍ରା ବାତିଲ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। କରୋନା ମହାମାରୀ ପାଇଁ ରଥଯାତ୍ରାକୁ ବାତିଲ କରିବା ପାଇଁ କୋର୍ଟଙ୍କ ନିକଟରେ ଆବେଦନ କରାଯାଇଛି।

Advertisment

ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କରାଯାଇଛି।  ଏଥିରେ କେନ୍ଦ୍ର ସହ ରାଜ୍ୟ ସରକାର ଓ ଗଜପତି ମହାରାଜା ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି।

ବର୍ତ୍ତମାନ କରୋନା ମହାମାରୀ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଚାଲିଥିବା ବେଳେ ରଥଯାତ୍ରା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ନିଷ୍ପତ୍ତି ହୋଇନାହିଁ। ତେବେ ରଥ ନିର୍ମାଣ କାର୍ଯ୍ୟ କିନ୍ତୁ ଚାଲୁ ରହିଛି। ପରିସ୍ଥିତି ଅନୁସାରେ ଏନେଇ ନିଷ୍ପତ୍ତି ହୋଇପାରେ ବୋଲି ଅନୁମାନ କରାଯାଉଛି।

Advertisment

ତେବେ ନିକଟରେ ଶ୍ରୀ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କିନ୍ତୁ ରଥଯାତ୍ରା କରିବା ପାଇଁ ଯୁକ୍ତି ବାଢ଼ିଥିଲେ ସରକାରଙ୍କ ଗାଇଡ୍ ଲାଇନ ଅନୁଯାୟୀ ରଥ ଯାତ୍ରା ଆୟୋଜନ କରାଯାଉ ବୋଲି ସେ ଦାବି କରିଥିଲେ। ରଥଯାତ୍ରା ବନ୍ଦ ହେଲେ ଏହା ରାଜ୍ୟ ସରକାରଙ୍କ ପାଇଁ କଳଙ୍କିତ ଇତିହାସ ହେବ ବୋଲି ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଥିଲେ। ଏଥିସହିତ ଥରେ ରଥଯାତ୍ରା ବନ୍ଦ ହେଲେ, ଆଉ ୧୨ ବର୍ଷ ହୋଇପାରିବନି ବୋଲି ସେ ମତ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ