/odishatv-khabar/media/post_attachments/uploadimage/library/16_9/16_9_0/BeFunky-collage-1_1620627813.jpg)
People Violate COVID Protocols
ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ପୁଣି ଆରମ୍ଭ ହୋଇଛି ଟିକାକରଣ ପ୍ରକ୍ରିୟା। ରବିବାର କିଛି ସ୍ଥାନରେ ଭ୍ୟାକ୍ସିନେସନ୍ ବନ୍ଦ ରହିଥିବା ବେଳେ ଆଜିଠୁ ପୁଣି ଏହାକୁ ତ୍ୱରାନ୍ୱିତ କରାଯାଇଛି। କେଉଁଠି ଟିକା ନ ମିଳିବାରୁ ବରିଷ୍ଠ ନାଗରିକମାନେ ରାସ୍ତା ଉପରେ ଧାରଣାରେ ବସି ଥିବାବେଳେ ଆଉ କେଉଁଠି ଟିକାକରଣ କେନ୍ଦ୍ରରେ କରୋନା କଟକଣାକୁ ଫୁ’ କରାଯାଇଛି। ସାମାଜିକ ଦୂରତା ଭୁଲି ଟିକା ନେବା ପାଇଁ ଲୋକମାନେ ଭିଡ଼ ଜମାଇ ଥିବା ଦେଖିବାକୁ ମିଳିଛି।
ଟିକାକରଣ କେନ୍ଦ୍ରରେ କରୋନା କଟକଣା ଫୁ’। ସାମାଜିକ ଦୂରତା ଭୁଲିଗଲେ ଲୋକେ। ଟିକା ନେବା ପାଇଁ ଭିଡ଼ ଜମାଇଲେ। ଶେଷରେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ୍କୁ ନାକେଦମ୍ ହେବାକୁ ପଡ଼ିଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ଦୁଇ ଦିନ ସଟ୍ଡାଉନ୍ ଥିବାରୁ ଆଜି ସକାଳେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲୋକମାନଙ୍କୁ କରୋନା ଟିକା ପ୍ରଦାନ କରାଯାଉଛି। ଟିକା କେନ୍ଦ୍ର ଖୋଲାଯିବା ପରେ ଲୋକମାନେ ଲମ୍ବା ଲାଇନ ଲଗାଇବା ସହ ଆଗ ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ଏପରିକି ଲୋକମାନେ ସାମାଜିକ ଦୂରତା କଟକଣାକୁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିବା ଦେଖିବାକୁ ମିଳିଥିଲା। ଟିକା କେନ୍ଦ୍ର ସମ୍ମୁଖରେ ବିଶୃଙ୍ଖଳା ପରିବେଶ ସୃଷ୍ଟି ହୋଇଥିଲା। ଶେଷରେ ଭଣ୍ଡାରିପୋଖରୀ ପୋଲିସ୍ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିଥିଲା। ପୁରୀ ଜିଲ୍ଲା ପିପିଲିରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଟିକା ନେବା ପାଇଁ ପିପିଲିରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା। ଲୋକେ ସାମାଜିକ ଦୂରତା ଭୁଲି ଟିକା ନେବା ପାଇଁ ଭିଡ଼ ଜମାଇ ଥିବା ନଜର ଆସିଥିଲା।
" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>
ସେପଟେ ଟିକା ନ ମିଳିବାରୁ ବରିଷ୍ଠ ନାଗରିକମାନେ ରାସ୍ତା ଉପରେ ଧାରଣାରେ ବସି ଥିବା ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଟିକା ନ ମିଳିବାରୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ କିଛି ବୟସ୍କ ବ୍ୟକ୍ତି ଧାରଣାରେ ବସିଥିଲେ। ପରେ ବୁଝାସୁଝା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ୪୫ ବର୍ଷରୁ ଅଧିକ ବୟସର ଲୋକ ପୂର୍ବରୁ ପ୍ରଥମ ଡୋଜ୍ ଟିକା ନେଇସାରିଥିଲେ। ତେବେ ଦ୍ୱିତୀୟ ଡୋଜ୍ ପାଇଁ ଟିକା ନେବାକୁ ଆସି ହଟହଟା ହୋଇଥିଲେ। ଲୋକମାନେ ବାରମ୍ବାର ଟିକା ନ ପାଇ ଫେରିଯିବା ପରେ ଆଜି ବାଧ୍ୟ ହୋଇ ଧାରଣାରେ ବସିଥିଲେ।
ଅନ୍ୟପକ୍ଷେ,କଟକରେ ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ଜବାହରଲାଲ୍ ଇନ୍ଡୋର୍ ଷ୍ଟାଡିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ଇନ୍ଡୋର୍ ଷ୍ଟାଡିୟମରେ ବ୍ୟବସ୍ଥା କରାଯାଇଛି। ସକାଳ ୯ଟାରୁ ୧୨ଟା ଏବଂ ଦିନ ୩ଟାରୁ ସଂଧ୍ୟା ୫ଟା ଯାଏ ଟିକା ଦିଆଯିବ। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି।
" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>
ସପ୍ତାହାନ୍ତ ସଟ୍ଡାଉନ୍ ପରେ ଆଜିଠୁ ଲକ୍ଡାଉନ୍ କଟକଣା ଜାରି ହୋଇଛି। ସକାଳ ୬ରୁ ଦିନ ୧୨ ଭିତରେ ଜରୁରୀ ସାମଗ୍ରୀ କିଣାକୁ ଅନୁମତି ରହିଥିଲେ ମଧ୍ୟ ବିନା କାରଣରେ ବାହାରେ ବୁଲୁଥିବା ଅମାନିଆଙ୍କ ଉପରେ ପୋଲିସର କଡ଼ା ନଜର ରହିଛି। ସେମାନଙ୍କୁ ସାବାଡ କରିବାକୁ ଜୋରଦାର ଚେକିଂ କରାଯାଉଛି। ବିଶେଷ କରି ଅଫିସିଆଲ୍ ପରିଚୟ ପତ୍ର ଦେଖାଇ ବିନା କାରଣରେ ବାହାରେ ବୁଲୁଥିବା ବ୍ୟକ୍ତି ପୋଲିସ୍ର ରାଡାରରେ ଅଛନ୍ତି। ଟ୍ୱିନ୍ସିଟିରେ ଏନେଇ ପୋଲିସ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଅନୁମତିପ୍ରାପ୍ତ ଜରୁରୀ ସେବା ସଂସ୍ଥାର କର୍ମଚାରୀଙ୍କ ଉପରେ ମଧ୍ୟ ନଜର ରଖିବାକୁ ପୋଲିସ ପଦକ୍ଷେପ ନେଇଛି। ସଂସ୍ଥା ପକ୍ଷରୁ ଯେଉଁମାନଙ୍କ ନାଁ ପୋଲିସକୁ ଦିଆଯାଇଛି, କେବଳ ସେହିମାନଙ୍କୁ ହିଁ ପରିଚୟ ପତ୍ର ଦେଖି ଯିବାକୁ ଅନୁମତି ମିଳିବ। ପରିବା ଦୋକାନ, ଆମିଷ ଦୋକାନରେ ଯେପରି ଭିଡ଼ ନ ହୁଏ, ସେନେଇ ମଧ୍ୟ ପୋଲିସ ସତର୍କ କରାଇଛି।
" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>
ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୦୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)