Advertisment

ଭ୍ୟାକ୍ସିନ୍‌ ନେବାକୁ ଆସି କରୋନା ନେଇ ଯିବେ ନାହିଁ ତ ଲୋକେ? ଜାଣନ୍ତୁ କାହିଁକି ଉଠିଲା ଏପରି ପ୍ରଶ୍ନ...

ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ମୋଟ ୩୫ଟି ସ୍ଥାନରେ ଟୀକାକରଣ ପାଇଁ ବ୍ୟବସ୍ଥା ହୋଇଛି। ହେଲେ ଟୀକାଗ୍ରହଣ କେନ୍ଦ୍ର ମାନଙ୍କରେ ଟୀକା ନେବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି।

author-image
Sarbeswar
ଭ୍ୟାକ୍ସିନ୍‌ ନେବାକୁ ଆସି କରୋନା ନେଇ ଯିବେ ନାହିଁ ତ ଲୋକେ? ଜାଣନ୍ତୁ କାହିଁକି ଉଠିଲା ଏପରି ପ୍ରଶ୍ନ...

Corona

ଜଗତସିଂହପୁର/ରାୟଗଡ଼ା/ବାସୁଦେବପୁର: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ମୋଟ ୩୫ଟି ସ୍ଥାନରେ ଟୀକାକରଣ ପାଇଁ ବ୍ୟବସ୍ଥା ହୋଇଛି। ହେଲେ ଟୀକାଗ୍ରହଣ କେନ୍ଦ୍ର ମାନଙ୍କରେ ଟୀକା ନେବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଟୀକା ଅଭାବରୁ ଅଧିକାଂଶ ଟାକାକରଣ କେନ୍ଦ୍ର ବନ୍ଦ ରହିଥିବାବେଳେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଆଉଟଡୋର ସମେତ ମୋଟ ୨୪ ଟି ସ୍ଥାନରେ ଟିକାକରଣ ଚାଲିଛି। ଅନେକ ସ୍ଥାନରେ କୋଭିଡ ଗାଇଡ ଲାଇନ ପାଳନ ହୋଇନଥିବା ଦେଖିବାକୁ ମିଳିଛି। ରଘୁନାଥପୁର ରେଢୁଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏବଂ ବାଲିକୁଦା ବୋରିକିନା ସ୍ୱାସ୍ଥ୍ୟକେନ୍ଦ୍ରରେ ପରିସ୍ଥିତି ଅସମ୍ଭାଳ ହୋଇଥିଲା। ସମୟ ଅତିକ୍ରାନ୍ତ ଭୟରେ ୨ୟ ଡୋଜ ନେବା ପାଇଁ ରାତି ୪ଟାରୁ ଲୋକମାନେ ଏଠାରେ ଲାଇନ ଲଗାଇଥିଲେ। ରେଢୁଆରେ ଭୀଡ ଯୋଗୁ ଠେଲାପେଲା ହୋଇଥିଲା ଏବଂ ୨ ଜଣ ବରିଷ୍ଠ ନାଗରିକ ସାମାନ୍ୟ ଆହତ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି।

Advertisment

ସେହିପରି ବୋରିକିନାଠାରେ ମଧ୍ୟ ଟୀକା ନେବା ପାଇଁ ଧାଡିରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରେ ଠେଲାପେଲା ହେବାରୁ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ସ୍ଥାଳୀୟ ତହସିଲଦାର ଓ ପୋଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ। ଅନ୍ୟପକ୍ଷରେ ଜଗତସିଂହପୁର ଜିଲ୍ଳା ମୁଖ୍ୟ ଚିକତ୍ସା ଅଧିକାରୀ ଡାଃ ବିଜୟା ପଣ୍ଡା କହିଛନ୍ତି ଯେ, ଅନେକ ଲୋକଙ୍କର ସମୟ ସରି ଆସୁଥିବାରୁ ସବୁ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀମାନଙ୍କୁ କେବଳ ୨ୟ ଡୋଜ ଟୀକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକ ଟୀକା ଆସିଲେ ସରକାରଙ୍କ ଗାଇଡଲାଇନ ଅନୁସାରେ ସମସ୍ତଙ୍କୁ ଟୀକା ଦିଆଯିବ ବୋଲି ସେ କହିଛନ୍ତି।

ସେପଟେ, ରାୟଗଡ଼ାରେ ଟିକା ଗ୍ରହଣ କରିବାକୁ ଲୋକଙ୍କ ପ୍ରବଳ ଭିଡ଼ ଲାଗିଛି। ଜିଲ୍ଲାର ବିଭିନ୍ନ କେନ୍ଦ୍ରରେ ଟିକାଦାନ ଚାଲିଥିବାବେଳେ ଟିକା ନେବାକୁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଅଶୋକ କଲ୍ୟାଣ ମଣ୍ଡପ, ୟୁଜିଆଇଟି, କୋମଟାଲପେଟା ଭଳି ଟିକାଦାନ କେନ୍ଦ୍ରରେ ପ୍ରବଳ ଜନଗହଳି ହୋଇଛି। ସକାଳ ୬ଟାରୁ ଲୋକେ ଟିକା ନେବାକୁ ଧାଡି ବାନ୍ଧି ଠିଆ ହୋଇଛନ୍ତି।

Advertisment

ଏପଟେ, ଭଦ୍ରକ ବାସୁଦେବପୁର ହେଉ କି ଭଣ୍ଡାରିପୋଖରୀ ଅବା ଆନନ୍ଦପୁର କିମ୍ବା ପିପିଲି ହେଉ, ରାଜ୍ୟର ବହୁ ଟିକାଦାନ କେନ୍ଦ୍ରରେ ସାମାଜିକ ଦୂରତ୍ୱର ଖୋଲା ଉଲ୍ଲଂଘନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନର ଏମିତି ଚିତ୍ର ଆସିଲା ପରେ ଏବେ ଚିନ୍ତା ବଢ଼ିଛି। ଏମିତି ଦୃଶ୍ୟ ସାମ୍ନାକୁ ଆସିବା ପରେ ଟିକା କେନ୍ଦ୍ର ସୁପର ସ୍ପ୍ରେଡର ପାଲଟିବନି ତ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ। ଟିକା ନେବାକୁ ଆସିଥିବା ଲୋକଙ୍କ କହିବା କଥା ସେମାନେ ରାତି ୩ଟାରୁ ହିଁ ଆସି ଲାଇନରେ ଛିଡ଼ା ହୋଇଛନ୍ତି। ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ରହିଥିଲେ ମଧ୍ୟ ଟିକା ନ ମିଳିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଟିକାଦାନ ସହ ପଞ୍ଜିକରଣ ପାଇଁ ମଧ୍ୟ ଲୋକେ ଲମ୍ବା ଲାଇନ୍ ଲଗାଇବା ସହ ଭିଡ଼ କରୁଥିବାର ଦେଖିବାକୁ ମିଳୁଛି। ଯାହାକୁ ନିୟନ୍ତ୍ରଣ କରିବାକୁ ପୋଲିସକୁ ମଧ୍ୟ ନାକେଦମ ହେବାକୁ ପଡ଼ିଛି। ଦୁଇ ଦିନ ସଟଡାଉନ ପରେ ଆଜି ସକାଳୁ ଟିକା କେନ୍ଦ୍ର ଖୋଲାଯିବା ପରେ ଏହି ସବୁ ସ୍ଥାନରେ ଟିକା ନେବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ଏପଟେ, ବାଲେଶ୍ୱରରେ ବନ୍ଦ ରହିଛି ଟିକାକରଣ ପ୍ରକ୍ରିୟା। ଟିକା ଅଭାବ ଥିବାରୁ ବନ୍ଦ ରହିଛି ଭ୍ୟାକ୍ସିନେସନ। ଫଳରେ ଟିକା ନେବା ପାଇଁ ଆସୁଥିବା ଲୋକେ ନିରାଶରେ ଫେରି ଯାଉଛନ୍ତି। ବାଲେଶ୍ୱରରେ କିଛି ଦିନର ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଥିଲା ଟିକାକରଣ ପ୍ରକ୍ରିୟା। ଲୋକେ ମଧ୍ୟ ପ୍ରବଳ ଉତ୍ସାହ ସହ ଦ୍ୱିତୀୟ ଡୋଜ୍ ଟିକା ନେବା ପାଇଁ ଆସୁଥିଲେ। ମାତ୍ର ଟିକା ଅଭାବରୁ ପୁଣି ଥରେ ବାଧାପ୍ରାପ୍ତ ହୋଇଛି ଭ୍ୟାକ୍ସିନେସନ ପ୍ରକ୍ରିୟା। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment
Advertisment