Advertisment

ଶୌଚାଳୟ ନିର୍ମାଣ ପାଇଁ ମିଳୁନି ହିତାଧିକାରୀଙ୍କୁ ଟଙ୍କା

ଆଳି(ବନମାଳି ସାହୁ): କେନ୍ଦ୍ର ସରକାରଙ୍କ ସ୍ୱଛ ଭାରତ ମିଶନରେ ଗାଁ ଗହଳିର ଗରିବ ଲୋକମାନଙ୍କୁ ସୁବିଧାରେ ପାଇଖାନା ଯୋଗାଇବା ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ହିତାଧିକାରୀମାନଙ୍କୁ ୧୨ହଜାର ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ହେଲେ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ବିଭିନ୍ନ ପଞ୍ଚାୟତରେ ଆଜିକୁ ୨ବର୍ଷ ହେବ ପାଇଖାନା ର୍ନିମାଣ କରିସାରିଥିଲେ ମଧ୍ୟ ହିତାଧୀକାରୀଙ୍କୁ ଟଙ୍କା ମିଳୁନଥିବା ଅଭିଯୋଗ ହୋଇଛି। ହିତାଧିକାରୀମାନେ ବାରମ୍ବାର ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡି ନିରାଶ ହେଉଛନ୍ତି। ଗତ ୨ […]

ଶୌଚାଳୟ ନିର୍ମାଣ ପାଇଁ ମିଳୁନି ହିତାଧିକାରୀଙ୍କୁ ଟଙ୍କା

1

Advertisment

ଆଳି(ବନମାଳି ସାହୁ): କେନ୍ଦ୍ର ସରକାରଙ୍କ ସ୍ୱଛ ଭାରତ ମିଶନରେ ଗାଁ ଗହଳିର ଗରିବ ଲୋକମାନଙ୍କୁ ସୁବିଧାରେ ପାଇଖାନା ଯୋଗାଇବା ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ହିତାଧିକାରୀମାନଙ୍କୁ ୧୨ହଜାର ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ହେଲେ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ବିଭିନ୍ନ ପଞ୍ଚାୟତରେ ଆଜିକୁ ୨ବର୍ଷ ହେବ ପାଇଖାନା ର୍ନିମାଣ କରିସାରିଥିଲେ ମଧ୍ୟ ହିତାଧୀକାରୀଙ୍କୁ ଟଙ୍କା ମିଳୁନଥିବା ଅଭିଯୋଗ ହୋଇଛି। ହିତାଧିକାରୀମାନେ ବାରମ୍ବାର ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡି ନିରାଶ ହେଉଛନ୍ତି।

Advertisment

ଗତ ୨ ବର୍ଷ ତଳେ ମିଳିଥିଲା କାର୍ଯ୍ୟାଦେଶ। କିନ୍ତୁ ଠିକ ସମୟରେ ଖାତାକୁ ଆସିପାରିଲାନି ଅର୍ଥ। ତେଣୁ ହିତାଧିକାରୀ ମାନେ ନିଜ ଟଙ୍କାରେ ପାଇଖାନା ର୍ନିମାଣ କଲେ। ହେଲେ ପାଇଖାନା ର୍ନିମାଣ ହେବାର ୨ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କୁ କେନ୍ଦ୍ର ସରକାର ଦେଉଥିବା ଆର୍ଥିକ ସହାୟତା ମିଳିପାରୁନି। ନରେନ୍ଦ୍ରପୁର, ବାଳକଟୀ, ସଂସିଧା ,କୋଳଢିଅ, ପତ୍ରପୁର, ମେଣ୍ଢପୁର, ଦଶିପୁର ଆଦି ପଞ୍ଚାୟତରେ ଏଭଳି ଅବସ୍ତା ହୋଇଥିବାର ଅଭିଯୋଗ ଆସିଛି। ଆଳି ବ୍ଲକର ୩୪ଟି ପାଞ୍ଚୟତରେ ୨୦ହଜାର ପାଇଖାନା ର୍ନିମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ଏବେ ସୁଧା୧୫ହଜାର ପାଇଖାନା ର୍ନିମାଣ ସାରିଥିବା ବେଳେ ୨ବର୍ଷ ହେବ ୫ହଜାରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସେମାନଙ୍କ ପଇସା ମିଳିପାରିନାହିଁ।

ସେପଟେ ଆଳିର ବିଡିଓ କହିଛନ୍ତି, ର୍ନିବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ନୂତନ ଭାବେ ହୋଇଥିବା ପାଇଖାନା ଟଙ୍କା ପାଇବାରେ ସମସ୍ୟା ରହିଛି। କିନ୍ତୁ ମଞ୍ଜୁରୀ ପାଇଥିବା ପାଇଖାନା ଟଙ୍କା ଖୁବ ଶୀଘ୍ର ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ