Malkangiri-Violence-Update Photograph: (OTV)
ଅଶାନ୍ତ ଗାଁକୁ ଫେରିଛି ଶାନ୍ତି। ଭୟରେ ଘର ଛାଡିଥିବା ଲୋକେ ଏବେ ଗାଁକୁ ଫେରୁଛନ୍ତି। ପୂର୍ବଭଳି ଭୟର ବାତାବରଣ ନାହିଁ । ଗାଁ ଲୋକଙ୍କୁ ଦମ୍ଭ ଦେଉଛି ପ୍ରଶାସନ। ଯାହାଫଳରେ ଧୀରେ ଧୀରେ ଲୋକ ନିଜ ଘରକୁ ଆସୁଛନ୍ତି। ଗାଁରେ ରୋଷେଇ କରି ରନ୍ଧା ଖାଦ୍ୟ ବଣ୍ଟା ଚାଲିଛି। ଆଉ ବିଦ୍ୟୁତ ସଂଯୋଗ ବି ଦେବାକୁ କାମରେ ଲାଗିଛନ୍ତି କର୍ମଚାରୀ। ଘର ଭାଙ୍ଗି ଯାଇଥିବାରୁ ଶୁଖିଲା ଖାଦ୍ୟ ସହ କମ୍ବଳ ଓ ଚାଦର ବଣ୍ଟା ଯାଉଛି।
ଆସନ୍ତାକାଲି ରୋଷେଇ କରିବା ସାମଗ୍ରୀ ସହ କିଛି ଦୈନନ୍ଦିନ ସାମଗ୍ରୀ ବଣ୍ଟନ କରାଯିବ। ଶାନ୍ତି କମିଟିରେ ଆଲୋଚନା ସାଙ୍ଗକୁ ଗାଁରେ ପୋଲିସର ସୁରକ୍ଷା ବଳୟ ପାଇଁ ଲୋକଙ୍କ ମନରୁ ଭୟ ଦୂର ହୋଇଛି। ସେପଟେ ଘର ପୋଡା ଜଳା ଘଟଣାର ଆରମ୍ଭ ହୋଇଛି ଆକଳନ। ପ୍ରାଥମିକ ଅକଳନରେ ମୋଟ ୩ କୋଟି ୩ ଲକ୍ଷ ଟଙ୍କା କ୍ଷତି ହୋଇଥିବା ଜଣାପଡିଛି।
ତେବେ ଏଥିରେ ଭାଙ୍ଗିଥିବା ଘରକୁ ସାମିଲ କରାଯାଇ ନାହିଁ। ଘର ଗୁଡିକର ଆକଳନ ପାଇଁ ପ୍ରଶାସନ ୪ଟି ଟିମ କରିଛି। ହିଂସାକାଣ୍ଡରେ ୨୪୦ଟି ଦୋକାନ ଓ ଗୃହ କ୍ଷତିଗ୍ରସ୍ତ ହୋଇଛି। ନିଜେ ଜିଲ୍ଲାପାଳ,ଦକ୍ଷିଣାଞ୍ଚଳ ଆରଡିସି, ଡ଼ିଆଇଜି ନିଜେ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ତେବେ ଇଣ୍ଟରନେଟ ସେବା ପାଇଁ ଜିଲ୍ଲା ବାହାରକୁ ଯାଉଛନ୍ତି ଲୋକେ।
ସେପଟେ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି ରିପୋର୍ଟ। ମାଲକାନଗିରିରେ ସ୍ଥିତି ସମୀକ୍ଷା କରିବା ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ନିଜ ରିପୋର୍ଟ ପ୍ରଦାନ କରିଛନ୍ତି। ଭାଗଚାଷ ବିବାଦରୁ ଜମି ମାଲିକାଣୀଙ୍କ ମୁଣ୍ଡ ଗଡ଼ିବା ପରେ ଅଶାନ୍ତ ହୋଇଥିଲା ଦୁଇ ଗାଁ - ଏମ୍ ଭି-୨୬ ଓ ରାଖେଲଗୁଡ଼ା। ଏହା ପରେ ପରିସ୍ଥିତି ଶାନ୍ତ କରିବା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯାଇଥିଲା।
ସେପଟେ ଇଣ୍ଟରନେଟ ସେବାକୁ ଆଉ କିଛି ଘଣ୍ଟା ପାଇଁ ବନ୍ଦ କରିବାକୁ ବିଚାର କରୁଛି ପ୍ରଶାସନ। ହିଂସା ସ୍ଥିତି ପାଇଁ ଜିଲ୍ଲାର ବଡ ମହୋତ୍ସବ ମାଲ୍ୟବନ୍ତକୁ ସ୍ଥଗିତ ରଖାଯାଇଛି। ଏଥିସହ କୌଣସି ବଡ କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଉ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/13/malkangiri-violence-update-2025-12-13-14-11-15.jpg)