Capture 15
ରାଜ୍ୟରେ ପିସିଭି ଟିକାକରଣ ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ରାଜ୍ୟସ୍ତରୀୟ ନିମୋକୋକାଲ କଞ୍ଜୁଗେଟ ଭ୍ୟାକ୍ସିନର ଟିକାକରଣ, ଭିଡିଓ କନଫରେନ୍ସିଂରେ ଶୁଭାରମ୍ଭ କରିଛନ୍ତି । କମ ରୋଗ ପ୍ରତିରୋଧକ ଶକ୍ତି ଥିବା ଶିଶୁଙ୍କୁ ନିମୋକୋକାଲ ରୋଗ ହେବାର ଆଶଙ୍କା ଦେଖା ଯାଇଥାଏ । ଏଣୁ ଏଭଳି ରୋଗରୁ ରକ୍ଷା କରିବା ଲାଗି ଆଜିଠାରୁ ପିସିଭି ଟିକାକରଣ ଆରମ୍ଭ ହୋଇଛି । ଏବେ ରାଜ୍ୟରେ ୮୮ ହଜାର ୪୦୦ ଡୋଜ୍ ଟିକା ରହିଛି । ସମସ୍ତ ସରକାରୀ ହସ୍ପିଟାଲରେ ଶିଶୁମାନଙ୍କୁ ଏହି ଟିକା ବିନା ମୂଲ୍ୟରେ ଦିଆଯିବ ବୋଲି କୁହାଯାଇଛି ।
ସେପଟେ ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । କିନ୍ତୁ ଏହାକୁ ହାଲୁକା ଭାବେ ନେବାକୁ ଜନସାଧାରଣଙ୍କୁ ମନା କରାଯାଇଛି । ସଂକ୍ରମଣ କମିଥିଲେ ମଧ୍ୟ ରୋଗ ଯାଇନାହିଁ ବୋଲି କୁହାଯାଇଛି । ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ତେବେ ସଂକ୍ରମଣ କିଛି ମାତ୍ରାରେ ହ୍ରାସ ପାଇଥିବାରୁ ଲକ୍ଡାଉନ୍କୁ ଆଂଶିକ କରାଯାଇଛି । ନୂଆ ନିୟମରେ ଅନେକ ସ୍ଥାନରେ ଲକ୍ଡାଉନ୍ ନିୟମ କୋହଳ କରାଯାଇଛି । ରାଜ୍ୟରେ ପଜିଟିଭି ହାରକୁ ନଜରରେ ରଖି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବଳବତ୍ତର ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସମସ୍ତ ଜିଲ୍ଲାକୁ ଦୁଇଟ କାଟାଗୋରୀରେ ଭାଗ କରାଯାଇଛି । ପଜିଟିଭିଟି ରେଟ୍ କମିଥିବା ୨୦ଟି ଜିଲ୍ଲାକୁ କାଟେଗୋରୀ Aରେ ରଖାଯାଇଛି । ୫%ରୁ ଅଧିକ ପଜିଟିଭ୍ ରେଟ୍ ଥିବା ଜିଲ୍ଲାଗୁଡ଼ିକୁ କାଟାଗୋରୀ ବି’ରେ ରଖାଯାଇଛି । ସ୍ଥିତି ଦେଖି ଗ୍ରାଜୁଆଲି ଅନଲକ୍ ଆରମ୍ଭ କରାଯିବାକୁ ସରକାର ନିଷ୍ପତ୍ତି ନିଆଯାଇଛି ।
୨୦ ଜିଲ୍ଲାରେ ହେବ ନାହିଁ ସପ୍ତାହାନ୍ତ ସଟଡାଉନ୍
- ୨୦ ଜିଲ୍ଲାରେ ଇନଡୋର ଓ ଆଉଟଡୋର ସୁଟିଂକୁ ଅନୁମତି ମିଳିବ
- ୨୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ହେବ ନାହିଁ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ସଚିବ
- ସପ୍ତାହର ସାତ ଦିନ ପର୍ଯ୍ୟନ୍ତ ୨୦ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲିବ
- ୨୦ ଜିଲ୍ଲାରେ ସାପ୍ତାହିକ ହାଟ ଖୋଲିବାକୁ ବି ଅନୁମତି ମିଳିବ
- ସାରା ରାଜ୍ୟରେ ସଂଧ୍ୟା ୬ରୁ ସକାଳ ୬ ନାଇଟ କର୍ଫ୍ୟୁ କିନ୍ତୁ ଜାରି ରହିବ
ଗାଇଡ୍ଲାଇନ୍ ଦାୟିତ୍ୱ ନେବେ ଦୋକାନ ମାଲିକ
- କାଟେଗୋରୀ ବି’ରେ ସକାଳ ୬ରୁ ଦିନ ୨ଟା ଯାଏ ଦୋକାନ ଖୋଲିବ
- ୧୦ ଜିଲ୍ଲାରେ ମଲ୍, ପାର୍ଲର, ସ୍ପା ଛାଡ଼ି ଅନ୍ୟ ସବୁ ଦୋକାନ ଖୋଲିବାକୁ ମିଳିଛି ଅନୁମତି
- ଦୋକାନ ସକାଳ ୬ଟାରୁ ଦିନ ୨ଟା ଯାଏ ଖୋଲିବ
- କୋଭିଡ଼ ଗାଇଡଲାଇନ ପାଳନ ଦାୟିତ୍ୱ ଦୋକାନ ମାଲିକ ହିଁ ନେବେ
- ଯେଉଁଠି ଗାଇଡଲାଇନ ଉଲ୍ଲଂଘନ ହେବ, ସେଠି ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବ
ଖୋଲିବ ସେଲୁନ୍
- ସାରା ରାଜ୍ୟରେ ଛୋଟ ଛୋଟ ସେଲୁନ ଖୋଲିବାକୁ ଅନୁମତି
- ୧୦ ଜିଲ୍ଲାରେ ଆଉଟଡୋର ସୁଟିଂ ପାଇଁ ସରକାରଙ୍କ ଅନୁମତି
- ଉଠା ଦୋକାନୀ ଦୋକାନ ଖୋଲିପାରିବେ, ଜିନିଷ ପାର୍ସଲ ବି ଦେଇପାରିବେ
- କାଟେଗୋରୀ ବିରେ ଥିବା ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ
- କାଟେଗୋରୀ ବି ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଏବେ ଅନୁମତି ଦିଆଯାଇନାହିଁ
ହଲ୍ ଖୋଲିବ ନାହିଁ କି ଯାତ୍ରା ହେବ ନାହିଁ
- ମଲ୍, ସିନେମା ହଲ୍ ଖୋଲିବ ନାହିଁ; ଯାତ୍ରା ଚାଲିପାରିବ ନାହିଁ
- ବାହାଘର, ଶୁଦ୍ଧିକାର୍ଯ୍ୟ ପାଇଁ ଥିବା କଟକଣା ବଳବତ୍ତର ରହିବ
- ବାହାଘର, ଶୁଦ୍ଧି କାର୍ଯ୍ୟରେ ଭୋଜି ଦିଆଯିବନି; ଖାଦ୍ୟ ପାର୍ସଲ ଦିଆଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture-15-1_1625467965.jpg)