patkura
ଭୁବନେଶ୍ୱର: ପୁଣି ଏକ ହାଇ ଭୋଲଟେଜ୍ ଟକ୍କର ଅପେକ୍ଷାରେ କେନ୍ଦ୍ରାପଡ଼ା ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ। ଭୋଟ ତାରିଖ ଘୋଷଣା ହୋଇନଥିଲେ ବି କମର କଷିବାକୁ କୌଶଳ ଆରମ୍ଭ କରିଦେଇଛନ୍ତି ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ଓ ବିଜେପି। ବିଜୟଙ୍କ ପତିଆରା ଓ ନବୀନଙ୍କ ଲୋକପ୍ରିୟତା ମଧ୍ୟରେ ଏଠି ଲଢେଇ ହେବ ବୋଲି କୁହାଯାଉଥିବାବେଳେ ପାଟକୁରାବାସୀ କାହାକୁ ଭରସା କରିବେ ତାକୁ ଅପେକ୍ଷା। ସେପଟେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଯାଇ ବଳଦେବଜୀଉଙ୍କୁ ଦର୍ଶନ କରି ପାଟକୁରା ନିର୍ବାଚନର ବିଗୁଲ୍ ବଜାଇବେ ବୋଲି ବି ଚର୍ଚ୍ଚା ହେଉଛି।
ନିର୍ବାଚନ ହେବାକୁ ଥିବା କେନ୍ଦ୍ରାପଡ଼ା ପାଟକୁରା ବିଧାନସଭାରେ ଆସନରେ ଜମି ଆସୁଛି ରାଜନୈତିକ ପାଣିପାଗ। ଭୋଟ ତାରିଖ ଘୋଷଣା ହୋଇନି ସତ ପାଗଭିଡ଼ା ଆରମ୍ଭ କରିଦେଇଛନ୍ତି ବିଜେଡି ଓ ବିଜେପି। କେନ୍ଦ୍ରାପଡ଼ା ଲୋକସଭା ଆସନରେ ହାଇଭୋଲଟେଜ୍ ଟକ୍କର ପରେ ଏବେ ଏହି ଆସନ ଜିତିବା ଉଭୟ ଦଳ ପାଇଁ ସମ୍ମାନର ପ୍ରଶ୍ନ। ଏଠି ବି ଲଢେଇ ଜୋରଦାର ହେବା ଆଶା କରାଯାଉଛି। କାରଣ ପାଟକୁରା ହେଉଛି ବିଜେପି ହେଭିୱେଟ୍ ବିଜୟ ମହାପାତ୍ରଙ୍କ କର୍ମଭୂମି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଆୟୁଧ କରି ଏହି ଆସନ କବ୍ଜା କରିବା ଲକ୍ଷ୍ୟରେ ରହିଛି ବିଜେଡି । ଦଳ ଏଠାରୁ ପରଲୋକଗତ ବିଧାୟକ ଓମ୍ପ୍ରକାଶ ଅଗ୍ରଓ୍ୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ ପ୍ରାର୍ଥୀ କରିଛି।
ଏଥିଲାଗି କାର୍ଯ୍ୟକ୍ରମ ବି ପ୍ରସ୍ତୁତ ହୋଇଗଲାଣି ନବୀନ। ଆସନ୍ତାକାଲି ସ୍ନାନପୂର୍ଣିମା ଅବସରରେ କେନ୍ଦ୍ରାପଡ଼ାରେ ବଳଦେବ ଜୀଉଙ୍କୁ ଦର୍ଶନ କରିବା ସହ ସ୍ଥାନୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରିବେ। ଅନ୍ୟପକ୍ଷରେ ମନ୍ତ୍ରୀ ରମେନ୍ଦ୍ର ପ୍ରତାପ ସ୍ୱାଇଁ ଓ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ପାଟକୁରାରେ ଆସ୍ଥାନ ଜମାଇବା ରଣନୀତି ପ୍ରସ୍ତୁତିରେ ଲାଗି ପଡିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/patkura_1626693074.jpg)