Advertisment

ଆଜିଠୁ ସାରା ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ କଟକଣା ଲାଗୁ

ଭୁବନେଶ୍ୱର: ପ୍ରାୟ ଦେଢ଼ ମାସର ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପରେ ସାରା ରାଜ୍ୟରେ ଆଜିଠାରୁ ଆଂଶିକ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଛି। ଜୁଲାଇ ୧ ତାରିଖ ସକାଳ ୫ଟା ଯାଏ ଏହା ବଳବତ୍ତର ରହିବ। ତେବେ କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଆଜିଠୁ ସାରା ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ କଟକଣା ଲାଗୁ

lockdown

ଭୁବନେଶ୍ୱର: ପ୍ରାୟ ଦେଢ଼ ମାସର ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପରେ ସାରା ରାଜ୍ୟରେ ଆଜିଠାରୁ ଆଂଶିକ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଛି। ଜୁଲାଇ ୧ ତାରିଖ ସକାଳ ୫ଟା ଯାଏ ଏହା ବଳବତ୍ତର ରହିବ। ତେବେ କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ କାଟାଗୋରୀ ‘ଏ’ ଏବଂ ଅନ୍ୟ ୧୩ଟି ଜିଲ୍ଲାକୁ କାଟାଗୋରୀ ‘ବି’ରେ ରଖାଯାଇଛି।

Advertisment

ସଂକ୍ରମଣ କମିଥିବା ୧୭ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ କୋହଳ ହୋଇଥିବା ବେଳେ ୧୩ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା  ଯାଏ କଟକଣା କୋହଳ କରାଯାଇଛି। ଏହିସବୁ ଜିଲ୍ଲାରେ ଏହି ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସାରା ରାଜ୍ୟରେ ନିର୍ଦ୍ଧାରିତ ସମୟ ମଧ୍ୟରେ ମିଠା ଦୋକାନ ଗୁଡିକ ଖୋଲିବାକୁ ଅନୁମତି ମିଳିଛି। ସେହିପରି ସକାଳ ୬ଟାରୁ ୯ଟା ମଧ୍ୟରେ ଲୋକମାନେ ମର୍ଣ୍ଣିଂ ଓ୍ୱାକ୍, ଜଗିଂ ଓ ସାଇକଲିଂକୁ ଅନୁମତି ଦିଆଯାଇଛି। ଅନ୍ୟପକ୍ଷରେ ସାରା ରାଜ୍ୟରେ ପୂର୍ବଭଳି ସପ୍ତାହାନ୍ତ ସଟଡାଉନ୍ ଓ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ଆଂଶିକ ଲକ୍‌ଡାଉନ୍‌ରେ କିନ୍ତୁ ପୂର୍ବଭଳି ବସ୍ ସେବା ବନ୍ଦ ରହିବ।

Advertisment

ଅନ୍ୟପକ୍ଷେ, ଆଜିଠାରୁ ନୂଆ ଗାଡ଼ି ରେଜିଷ୍ଟ୍ରେସନ ହୋଇପାରିବ। ନିର୍ଦ୍ଧାରିତ ସମୟରେ ଗାଡ଼ି ଶୋ’ରୁମ୍ ଖୋଲିବା ସହ ଗାଡ଼ି ରେଜିଷ୍ଟ୍ରେସନ ମଧ୍ୟ ହୋଇପାରିବ। ଡିଲରମାନଙ୍କୁ ଏଥିଲାଗି ଅନୁମତି ଦେବା ପାଇଁ ସମସ୍ତ RTOଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି।  

କରୋନା ସଂକ୍ରମଣ କେତେ ମାତ୍ରାରେ ବ୍ୟାପିଛି ? କେତେ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି ? ଏନେଇ ଆଜିଠାରୁ ଶନିବାର ପର୍ଯ୍ୟନ୍ତ ୩ ଦିନ ଧରି କୋରାପୁଟ ଜିଲ୍ଲାରେ ସେରୋ ସର୍ଭେ ଆରମ୍ଭ ହେଉଛି। ଭୁବନେଶ୍ୱରରୁ ୯ ଜଣିଆ ବିଶେଷଜ୍ଞ ଟିମ୍ କୋରାପୁଟ ଗସ୍ତ କରିଛନ୍ତି। ଏହି ବିଶେଷଜ୍ଞ ଟିମ୍ ୭ଟି ବ୍ଲକରେ ୧୦ଟି ଗାଁରେ ବିଭିନ୍ନ ବ୍ୟକ୍ତିଙ୍କ ଠାରୁ ନମୁନା ସଂଗ୍ରହ କରିବେ। ସେହିପରି ଆଜିଠାରୁ ଗଞ୍ଜାମ ଜିଲ୍ଲାର ୮ଟି ଗାଁ ଓ ମହାନଗରର ୨ଟି ୱାର୍ଡରେ ସେରୋ ସର୍ଭେ କରାଯିବ। ରାୟଗଡ଼ା ଜିଲ୍ଲାରେ ମଧ୍ୟ ଆଜିଠାରୁ ସେରୋ ସର୍ଭେ ଆରମ୍ଭ ହେଉଛି।

Lockdown 3.0 2021
Advertisment
Advertisment