Advertisment

Parking Strictly Prohibited: ରାଜଧାନୀବାସୀଙ୍କ ଚିନ୍ତା; ପାର୍କିଂ କରିବେ କେଉଁଠି?

ରାଜଧାନୀରେ ଏବେ ବଡ଼ ଚିନ୍ତା ‘ପାର୍କିଂ’। ସବୁ ମୁଖ୍ୟ ରାସ୍ତାରେ ପାର୍କିଂ ମନା। ଗାଡ଼ି ଥୋଇଲେ ଲାଗିବ ବଡ଼ ଫାଇନ୍ । ତେଣୁ ଗାଡ଼ି ନେଇ ଗଲେ ରଖିବେ କେଉଁଠି? ସବୁ ଛକରେ ପାର୍କିଂ ସ୍ପେସ୍ ନାହିଁ।

Bhubaneswar

Bhubaneswar Photograph: (OTV)

Advertisment

ରାଜଧାନୀରେ ପାର୍କିଂ କରିବେ କେଉଁଠି? କାରଣ ପ୍ରାୟ ଅଧାରୁ ଅଧିକ ଭୁବନେଶ୍ବରରେ ଏବେ ପାର୍କିଂ ମନା। ମୁଖ୍ୟ ରାସ୍ତାରେ ହଜାର ହଜାର ଦୋକାନ, ଅଫିସ୍, ମଲ୍ ସବୁ କିଛି...ଆଉ ସେଠି ପାର୍କିଂ କରିବାକୁ ମନା କରିଛି କମିଶନରେଟ୍ ପୋଲିସ୍। ଗାଡ଼ି ଥୋଇଲେ ଲାଗିବ ବଡ଼ ଫାଇନ୍। ତେଣୁ ଗାଡ଼ି ନେଇ ଗଲେ ରଖିବେ କେଉଁଠି ବୋଲି ଚିନ୍ତାରେ ରାଜଧାନୀବାସୀ।
ରାଜମହଲରୁ ଜୟଦେବ ବିହାର ଦେଇ କଳାରାହାଙ୍ଗ କିମ୍ବା ଏୟାରପୋର୍ଟରୁ ଆଚାର୍ଯ୍ୟ ବିହାର ଛକ ଦେଇ ନାଲକୋ ଛକ ପର୍ଯ୍ୟନ୍ତ, ଶିଶୁଭବନ ଛକରୁ ରାଜମହଲ, ମାଷ୍ଟର କ୍ୟାଣ୍ଟିନ ଦେଇ ବାଣୀବିହାର ପର୍ଯ୍ୟନ୍ତ ପାର୍କିଂ ମନା ରହିଛି। ଖାଲି ସେତିକି ନୁହେଁ ରସୁଲଗଡ଼ରୁ ଜୟଦେବ ବିହାର, ଶ୍ରୀୟାରୁ ପିଏଚଡି ଅଫିସ୍  ପର୍ଯ୍ୟନ୍ତ ପାର୍କିଂ ମନା ରହିଛି। 
ସେହିଭଳି ଗୋପବନ୍ଧୁ ଛକ ଠାରୁ କଳ୍ପନା ଭଳି ସବୁ ରୋଡ୍ ରେ ପାର୍କିଂ କରି ହେବନି। ତେଣୁ ଗାଡ଼ି ରଖିବେ ତ୍ ରଖିବେ କେଉଁଠି। ଭୁବନେଶ୍ବରରେ ଆବଶ୍ୟକୀୟ ପାର୍କିଂ ପ୍ଲେସ୍ ନାହିଁ କିମ୍ବା ସେମିତି କିଛି ବଡ଼ ବ୍ୟବସ୍ଥା। ତେଣୁ ଏବେ ରାଜଧାନୀବାସୀଙ୍କ ଚିନ୍ତା ବଢ଼ିଛି।
•    ପାର୍କିଂ କରିବେ କେଉଁଠି?
•    ରାଜଧାନୀରେ ଏବେ ବଡ଼ ଚିନ୍ତା ‘ପାର୍କିଂ’
•    ସବୁ ମୁଖ୍ୟ ରାସ୍ତାରେ ପାର୍କିଂ ମନା 
•    ଗାଡ଼ି ଥୋଇଲେ ଲାଗିବ ବଡ଼ ଫାଇନ୍ 
•    ତେଣୁ ଗାଡ଼ି ନେଇ ଗଲେ ରଖିବେ କେଉଁଠି
•    ସବୁ ଛକରେ ପାର୍କିଂ ସ୍ପେସ୍ ନାହିଁ 
•    ମୁଖ୍ୟ ରାସ୍ତାରେ NO PARKING
•    ଭୁବନେଶ୍ବରର ପ୍ରମୁଖ ରାସ୍ତାରେ ପାର୍କିଂ ମନା
•    ଅନିୟମିତ ପାର୍କିଂ ରୋକିବାକୁ କମିଶନରେଟ୍ ପୋଲିସର ପଦକ୍ଷେପ
(୧) ରାଜମହଲ-ଜୟଦେବ ବିହାର-କଳାରାହାଙ୍ଗ ପାର୍କିଂ ମନା
(୨) ଏୟାରପୋର୍ଟ-ଆଚାର୍ଯ୍ୟ ବିହାର ଛକ-ନାଲକୋ ଛକ ପର୍ଯ୍ୟନ୍ତ ମନା
(୩) ଶିଶୁଭବନ ଛକ-ରାଜମହଲ-ମାଷ୍ଟର କ୍ୟାଣ୍ଟିନ-ବାଣୀବିହାର କଟକଣା
(୪) ରସୁଲଗଡ଼-ଜୟଦେବ ବିହାର-ଶ୍ରୀୟା-ପିଏଚ୍ ଡି ଅଫିସ୍  ପର୍ଯ୍ୟନ୍ତ ମନା
(୫) ଗୋପବନ୍ଧୁ ଛକ-କଳ୍ପନା, କଳାରାହାଙ୍ଗ ଛକଠୁ ନନ୍ଦନକାନନ
(୬) ସିଆରପିଠାରୁ ୟୁନିଟ୍-୮ ଡିଏଭି ସ୍କୁଲ, ଫାୟାର ଷ୍ଟେସନରୁ ସିଟି କଲେଜ
(୭) ଖଣ୍ଡଗିରିଠାରୁ ପୋଖରୀପୁଟ, ଡମଣା ଛକରୁ ଶୈଳଶ୍ରୀ ବିହାର ପର୍ଯ୍ୟନ୍ତ ମନା
(୮) ଜାଭିୟର ଛକଠାରୁ ଉତ୍କଳ ହସ୍ପିଟାଲ ଦେଇ ସାଇ ମନ୍ଦିର ଛକ ପର୍ଯ୍ୟନ୍ତ ମନା
(୯) ଅନିୟମିତ ପାର୍କିଂ ରୋକିବାକୁ ପଦକ୍ଷେପ
(୧୦) ରାଜଧାନୀର ପ୍ରମୁଖ ରାସ୍ତାରେ ପାର୍କିଂ ମନା

Advertisment
Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ