Advertisment

‘ଅରୁଣ ସାହୁଙ୍କୁ ବହିଷ୍କାର କରା ନ ଗଲେ ଗୃହ ଚଳାଇ ଦେବୁନି’

ଭୁବନେଶ୍ୱର: ପରୀ ମୃତ୍ୟୁ ମାମଲାକୁ ନେଇ କମ୍ପିଲା ବିଧାନସଭା। ବିଜେପି, କଂଗ୍ରେସ ଆଜି ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ପରୀଙ୍କ ଅଭିଭାବକ ସିଧାସଳଖ ମନ୍ତ୍ରୀ ଅରୁଣ ସାହୁଙ୍କ ଉପରେ ଅଭିଯୋଗ ଆଣିଥିବା ଯୋଗୁ ତୁରନ୍ତ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ଦଳ। ବିଜେପି ସଦସ୍ୟମାନେ ବ୍ୟାନର୍‌ ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି।  କଂଗ୍ରେସ ସଦସ୍ୟମାନେ ମଧ୍ୟ କୃଷି ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଥିଲେ। ଫଳରେ ଗୃହ କାର୍ଯ୍ୟ ପରିଚାଳନା କରିବାରେ ସମ୍ଭବ ନ ହେବାରୁ ବାଚସ୍ପତି ପ୍ରଥମେ […]

author-image
Otv Khabar Bureau
ଅଦ୍ୟତନ ହୋଇଛି

ଭୁବନେଶ୍ୱର: ପରୀ ମୃତ୍ୟୁ ମାମଲାକୁ ନେଇ କମ୍ପିଲା ବିଧାନସଭା। ବିଜେପି, କଂଗ୍ରେସ ଆଜି ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ପରୀଙ୍କ ଅଭିଭାବକ ସିଧାସଳଖ ମନ୍ତ୍ରୀ ଅରୁଣ ସାହୁଙ୍କ ଉପରେ ଅଭିଯୋଗ ଆଣିଥିବା ଯୋଗୁ ତୁରନ୍ତ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ଦଳ।

Advertisment

ବିଜେପି ସଦସ୍ୟମାନେ ବ୍ୟାନର୍‌ ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି।  କଂଗ୍ରେସ ସଦସ୍ୟମାନେ ମଧ୍ୟ କୃଷି ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଥିଲେ। ଫଳରେ ଗୃହ କାର୍ଯ୍ୟ ପରିଚାଳନା କରିବାରେ ସମ୍ଭବ ନ ହେବାରୁ ବାଚସ୍ପତି ପ୍ରଥମେ ଗୃହକୁ ୨୦ ମିନିଟ୍ ଓ ପରେ ଅପରାହ୍ଣ ୩ଟା ଯାଏ ମୁଲତବି ଘୋଷଣା କରିଛନ୍ତି।

ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରିଛନ୍ତି ବିଜେପି ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ। ସେ କହିଛନ୍ତି, ମନ୍ତ୍ରୀଙ୍କୁ ବହିଷ୍କାର କରା ନ ଯିବା ପର୍ଯ୍ୟନ୍ତ ଗୃହ ଚଳାଇ ଦେବୁନି। ଏହାସହ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଗ୍ରହଣୀୟ ନୁହେଁ ବୋଲି କହିବା ସହ ପୂର୍ବରୁ ଏପରି କ୍ରାଇମବ୍ରାଞ୍ଚ ତଦନ୍ତରୁ କୌଣସି ସୁଫଳ ମିଳିନି ବୋଲି ମୋହନ ମାଝୀ କହିଛନ୍ତି।

Advertisment

ସେହିପରି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ସହ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ SIT ସ୍ତରୀୟ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।

ଆହୁରି ପଢ଼ନ୍ତୁ: ମନ୍ତ୍ରୀ ଅରୁଣ ସାହୁ ଓ ସରପଞ୍ଚଙ୍କ ଭାଇରାଲ୍‌ ଅଡିଓକୁ ନେଇ ଚର୍ଚ୍ଚା

Advertisment
Advertisment