Advertisment

Couple Suicide: ରାସ୍ତାରେ ବାଇକ୍ ରଖି ବିଷ ପିଇ ଦେଲେ ବାପା-ମା, ଜଙ୍ଗଲରେ ଜଗି ରହିଥିଲା ୫ ବର୍ଷିୟ ପୁଅ

ରାସ୍ତାରେ ବାଇକ୍ ରଖି ବିଷ ପିଇ ଦେଲେ ବାପା-ମା। ରାତିସାରା ଜଙ୍ଗଲରେ ଜଗି ରହିଥିଲା ୫ ବର୍ଷିୟ ପୁଅ। ସକାଳୁ ଲୋକଙ୍କୁ ସାହାଯ୍ୟ ମାଗି ଜଣାଇଲା ୫ ବର୍ଷର ଶିଶୁ ପୁତ୍ର।

Suicide Attack

Suicide Attack Photograph: (OTV)

Advertisment

ଚାଲିଗଲା ବାପା, ମା’ଙ୍କ ଜୀବନ। ପୁଅକୁ ବିଷ ପିଆଇ ଦେଇଥିବା ଜଣାପଡ଼ିବା ପରେ ବାପା-ମା’ ଛେଉଣ୍ଡ ପୁଅକୁ କଟକ SCB ସ୍ଥାନାନ୍ତର କରାଯାଇଛି। ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଅଞ୍ଚଳର ମୃତ ଦୁଷ୍ମନ୍ତ ମାଝୀ ଓ ପତ୍ନୀ ରିଙ୍କିଙ୍କ ପୁଅ ଏବେ SCBରେ ଚିକିତ୍ସିତ ହେଉଛନ୍ତି। 

Advertisment

ମିଳିଥିବା ସୂଚନା ଅନୁଯାୟୀ, ପତ୍ନୀକୁ ଧରି ଶ୍ବଶୁର ଘରୁ ବାଇକରେ ଫେରୁଥିବା ଦୁଷ୍ମନ୍ତ ପତ୍ନୀ ସହ ଜଙ୍ଗଲ ଭିତରେ ଗୁରୁତର ହୋଇପଡ଼ିଥିଲେ। ୫ ବର୍ଷିୟ ପୁଅ ସହ ବାଇକ ରଖି ଉଭୟେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଶେଷରେ ଗୁରୁତର ବାପା,ମା’ଙ୍କୁ ଜଙ୍ଗଲ ଭିତରେ ରାତି ତମାମ ଜଗିରହିଥିଲା ଶିଶୁପୁତ୍ରଟି। 

ଆଉ ରାତି ପାହିବା ପରେ ରାସ୍ତାକୁ ଆସି ଲୋକଙ୍କୁ ଜଣାଇଥିଲା। ଲୋକଙ୍କଠାରୁ ସୂଚନା ପାଇ ପୋଲିସ ପହଞ୍ଚି ସଂପୃକ୍ତ ଶିଶୁପୁତ୍ର ସହ ବାପା, ମା’ଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲା ସତ, କିନ୍ତୁ ପ୍ରଥମେ ବାପା ଦୁଷ୍ମନ୍ତ ଓ ପରେ ମା’ ରିଙ୍କିଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ଶିଶୁଟିକୁ ବିଷ ପିଆଇ ଦେଇଥିବା ଆଶଙ୍କା କରି ତାକୁ କଟକ SCB ସ୍ଥାନାନ୍ତର କରାଯାଇଛି। ଅପରପକ୍ଷେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି।

Advertisment

ରାସ୍ତାରେ ବାଇକ୍ ରଖି ବିଷ ପିଇ ଦେଲେ ବାପା-ମା
ରାତିସାରା ଜଙ୍ଗଲରେ ଜଗି ରହିଥିଲା ୫ ବର୍ଷିୟ ପୁଅ
ସକାଳୁ ଲୋକଙ୍କୁ ସାହାଯ୍ୟ ମାଗି ଜଣାଇଲା ୫ ବର୍ଷର ଶିଶୁ ପୁତ୍ର
ଘଟଣାସ୍ଥଳରେ ବାପା, ହସ୍ପିଟାଲରେ ଚାଲିଗଲା ମା ଜୀବନ
ପୁଅକୁ ବି ବିଷ ଦିଆଯାଇଥିବା ଆଶଙ୍କା କରି କଟକ SCB ସ୍ଥାନାନ୍ତର
ଦେବଗଡ଼ କୁଣ୍ଢେଇଗୋଳା ଅଞ୍ଚଳର ଦାରୁଣ କାହାଣୀ
ପତି-ପତ୍ନୀ କଳିରୁ କରୁଣ ପରିଣତିକୁ ନେଇ ସବୁଠି ଉଦବେଗ
ସ୍ୱାମୀସ୍ତ୍ରୀ ଗଣ୍ଡଗୋଳର କରୁଣ ପରିଣତି; ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର
ରାତିସାରା ଜଙ୍ଗଲରେ ମୃତ ବାପା, ଗୁରୁତର ମା’କୁ ଜଗି ରହିଲା ୫ ବର୍ଷର ପୁଅ
ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା
ଶ୍ବଶୁର ଘରୁ ଫେରିବା ବାଟରେ ସ୍ବାମୀସ୍ତ୍ରୀ କଳି କରି ବିଷ ପିଇଦେଲେ
ରାସ୍ତା ଉପରେ ବାଇକ୍  ରଖି ଦେଇ ଜଙ୍ଗଲରେ ବିଷ ପିଇ ଦେଇଥିଲେ
ରାତି ସାରା ଜଙ୍ଗଲରେ ବସିବା ପରେ ସକାଳେ ରାସ୍ତାକୁ ଆସିଥିଲା କୁନି ପୁଅ
ଲୋକଙ୍କୁ ସାହାଯ୍ୟ ମାଗିବାରୁ ସବୁକଥା ପଦାକୁ ଆସିଲା
ଅନୁଗୁଳ ଛେଣ୍ଡିପଦା ଡାକ୍ତରଖାନାରେ ଗୁରୁତର ସ୍ତ୍ରୀ ଓ ପୁଅ ଚିକିତ୍ସାଧୀନ

Deogarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ