/odishatv-khabar/media/post_attachments/uploadimage/library/16_9/16_9_0/pangolin-1_1620751018.jpg)
pangolin
ମୟୁରଭଞ୍ଜ(ମାନିକ୍ଲାଲ୍ ପାଣି): ମୟୁରଭଞ୍ଜ ସ୍ପେଶାଲ ସ୍ୱ୍କାର୍ଡ଼ ପୋଲିସ ଗତ ସାତ ତାରିଖରେ ଏକ ବଜ୍ରକାପ୍ତା ଚାଲାଣ ବେଳେ ତାକୁ ଉଦ୍ଧାର କରିଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଗତକାଲି ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗୋହିରାପାଳ ଗାଁରେ ଚଢାଉ କରିଥିଲେ। ଏହି ସମୟରେ ଗାଁର ଜଣେ ବ୍ୟକ୍ତି ସିଙ୍ଗୁ ବାସ୍କେଙ୍କ ଘରୁ ଏକ ଜିବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଥିଲା । ଯାହାର ବୟସ ଦୁଇ ରୁ ତିନି ବର୍ଷ ହେବା ସହ ଓଜନ ଆଠ କେଜି ହେବ ବୋଲି ଜଣାପଡିଛି। ଗିରଫ ସିଙ୍ଗୁ ଏହାକୁ ବିକ୍ରୀ କରିବା ପାଇଁ ଶିମିଳିପାଳ ଅଞ୍ଚଳରୁ ଧରି ଥିବା କୁହାଯାଇଛି।
ତେବେ ଏହି ବଜ୍ରକାପ୍ତା ଯେଉଁ ଲୋକ ଠାରୁ ଜବତ କରାଯାଇଥିଲା ତାଙ୍କୁ କୋର୍ଟ ଚାଲାଣ ବେଳେ ଜଣା ପଡିଲାକି ଗିରଫ ବ୍ୟକ୍ତି ଜଣକ କୋରନା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଗିରଫ ବ୍ୟକ୍ତି ଜଣକ ବଜ୍ରକାପ୍ତାକୁ କିଛି ଦିନ ଘରେ ରଖିଥିବା ଯୋଗୁଁ ବଜ୍ରକାପ୍ତାକୁ କୋରନା ହୋଇଥାଇପାରେ ,କି ବଜ୍ରକାପ୍ତାରୁ କୋରନା ବ୍ୟାପି ଥାଇପାରେ ଏ ନେଇ ସନ୍ଦେହ ହେବାରୁ ଆଜି ବାରିପଦା ବନ ବିଭାଗ ବଜ୍ରକାପ୍ତାର ସ୍ଵାବ୍ ନେଇ ଲାବ୍ରୋଟୋରୀକୁ ପଠାଯାଇଛି।
ଓଡ଼ିଶାରେ ବନ୍ୟ ପ୍ରାଣୀଙ୍କ ଏହା ପୂର୍ବରୁ ସ୍ଵାବ ଟେଷ୍ଟ କେବେ ହେଲେ କରାଯାଇ ନ ଥିବା ବେଳେ ଆଜି ବାରିପଦା ରେଞ୍ଜ ଅଧିନରେ ଶିମିଳିପାଳର ସ୍ଥାୟୀ ବନ୍ୟପ୍ରାଣୀ ଡାକ୍ତର ପିୟୁସ ସୋରେନ ବଜ୍ରକାପ୍ତାର ସ୍ଵାବ୍ ନେଇ ଲାବ୍ରୋଟୋରୀକୁ ପଠାଇଛନ୍ତି । ତେବେ ବଜ୍ରକାପ୍ତାର ସ୍ଵାବ୍ ଟେଷ୍ଟ ରିପୋର୍ଟ ଏବଂ ଏହାକୁ ନେଇ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)