/odishatv-khabar/media/post_attachments/uploadimage/library/16_9/16_9_0/pangolin_1626687024.jpg)
pangolin
ଆଠଗଡ଼ /ଭୁବନେଶ୍ୱର : ବଜ୍ରକାପ୍ତା କାତିରେ ତିଆରି ହେଉଛି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍। ତାସହ ତିଆରି ହେଉଛି ଭିନ୍ନ ଭିନ୍ନ ପ୍ରକାରର ଔଷଧ। ଯାହାର ଅଧିକ ଡିମାଣ୍ଡ ରହିଛି ବିଦେଶରେ । ଖାସ୍ ସେଥିପାଇଁ ରାଜ୍ୟରେ ବଢ଼ିଚାଲିଛି ବଜ୍ରକାପ୍ତାର ବେଆଇନ ବେପାର । ଏଭଳି ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି ।
ଡିସେମ୍ବର ୨ ରେ ଆଠଗଡ଼ ଅଞ୍ଚଳରୁ ଧରାପଡ଼ିଥିଲେ ବଜ୍ରକାପ୍ତା ଚାଲାଣକାରୀ ଶ୍ୱଶୁର-ଜ୍ୱାଇଁ । ଏହାର ୫ ଦିନ ପରେ ଅର୍ଥାତ ଆଜି ପୁଣି ଧରାହେଲେ ୩ ଜଣିଆ ଗ୍ୟାଙ୍ଗ । ଯାହାଙ୍କ ଠାରୁ ମିଳିଛି ବଜ୍ରକାପ୍ତା କାତି, ହରିଣ ଶିଙ୍ଗ ଇତ୍ୟାଦି । କିନ୍ତୁ ବଜ୍ରକାପ୍ତା ସହ ଖସିଯାଇଛି ଗ୍ୟାଙ୍ଗର କିଙ୍ଗ୍ ପିନ୍ । ହେଲେ ଧରାପଡ଼ିଥିବା ଏମାନେ ହେଉଛନ୍ତି ଜଣେ ଜଣେ କୁଖ୍ୟାତ ଚୋରାଚାଲାଣକାରୀ । ଯାହାଙ୍କ ଡିଲ୍ ତାଜୁବ୍ କଲା ଭଳି ।
ନିରୀହ ଏହି ସ୍ତନ୍ୟପାୟୀ ପ୍ରାଣୀକୁ ବିକ୍ରି ପାଇଁ ମାଫିଆ ତିଆରି କରୁଛନ୍ତି ଭିଡ଼ିଓ । ଆଉ ଭିଡ଼ିଓରେ ଦେଖାଉଛନ୍ତି ବଜ୍ରକାପ୍ତାର ରୂପରେଖ । ପାଖରେ ଦଶଟଙ୍କିଆ ନୋଟ୍ ରଖାଯାଇ ସାଙ୍କେତିକ ଭାବେ ଏହାର ଓଜନ ୧୦ କେ.ଜି ବୋଲି ଦର୍ଶାଯାଉଛି । ତାପରେ ଗୋଟି ଗୋଟି କରି ମପାଯାଉଛି କାତି । ଏଭଳି ଭିଡ଼ିଓ ପ୍ରସ୍ତୁତ କରି ଅତି ସତର୍କତାର ସହ ବିଭିନ୍ନ ୱେବ୍ସାଇଟ୍ ଓ ସୋଶାଲ ମିଡ଼ିଆରେ ଛାଡୁଛନ୍ତି ଏମାନେ।
ତେବେ ଏହି ବିଲୁପ୍ତ ପ୍ରାୟ ପ୍ରାଣୀର କାହିଁକି ଏତେ ଡିମାଣ୍ଡ ? କାହିଁକି ଚୋରାଚାଲାଣ ହେଉଛି ବଜ୍ରକାପ୍ତା ? ଚୀନ୍ ଗଣମାଧ୍ୟମର ରିପୋର୍ଟ କହୁଛି, ବଜ୍ରକାପ୍ତା କାତିରେ ତିଆରି ହୋଇଥାଏ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ । ଯାହା ଗୁଳି ବାଜିଲେ କିମ୍ବା କୌଣସି କ୍ଷତିଗ୍ରସ୍ତ ହେଲେ ସାମାନ୍ୟ ପାଣି ପକାଇଦେଲେ ପାଞ୍ଚ ମିନିଟ୍ ମଧ୍ୟରେ ପୂର୍ବବସ୍ଥାକୁ ଫେରିଆସେ। କେବଳ ସେତିକି ନୁହେଁ । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଚୀନ୍, ଭିଏତନାମ୍, ମଙ୍ଗୋଲିଆ ପ୍ରଭୃତି ଦେଶରେ ବଜ୍ରକାପ୍ତା କାତି ଓ ମାଂସକୁ ଔଷଧ ତଥା ଖାଦ୍ୟ ରୂପେ ବ୍ୟବହାର କରାଯାଏ । ବଜ୍ରକାପ୍ତା ଶାନ୍ତ ଶିଷ୍ଟ ପ୍ରାଣୀ ହୋଇଥିବାରୁ ଏହାକୁ ଚାଲାଣ କରିବାରେ ମାଫିଆଙ୍କ ପାଇଁ ସହଜ ହୁଏ । ବିଶ୍ୱରେ ସର୍ବାଧିକ ଚୋରା ଚାଲାଣ ହେଉଥିବା ପ୍ରାଣୀଙ୍କ ମଧ୍ୟରେ ବଜ୍ରକାପ୍ତା ଅନ୍ୟତମ । ୩ଟି ପ୍ରଜାତିର ବଜ୍ରକାପ୍ତା ମଧ୍ୟରୁ ଭାରତରେ ବୃହତ ଆକାରର ବଜ୍ରକାପ୍ତା ମିଳୁଥିବାରୁ ତା ଉପରେ ମାଫିଆଙ୍କ ଆଖି ରହିଛି ।
ତେବେ ଏଭଳି ନିରୀହ ଜୀବର ଚୋରାଚାଲାଣ ବର୍ତ୍ତମାନ ଓଡ଼ିଶାରେ ଉଦ୍ବେଗଜନକ ହାରରେ ବଢ଼ୁଥିବାରୁ ଏହାକୁ କେମିତି ରୋକାଯାଇପାରିବ, ତାହା ସବୁଠୁ ବଡ଼ ଚ୍ୟାଲେଞ୍ଜ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)