Advertisment

Panchuka: ଆଜିଠୁ ଆରମ୍ଭ ପଞ୍ଚୁକ: ଶ୍ରୀକ୍ଷେତ୍ରକୁ ଛୁଟିଲାଣି ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ

ସରି ସରି ଆସୁଛି କାର୍ତ୍ତିକ ମାସ। ଆଜିଠୁ ଆରମ୍ଭ ପଞ୍ଚୁକ। ଏଥର ୫ ଦିନ ବଦଳରେ ୪ ଦିନ ପଞ୍ଚୁକ। କାର୍ତ୍ତିକ ପୂର୍ଣ୍ଣିମାରେ ପ୍ରଥମ ଭୋଗମଣ୍ଡପ ପରେ ଭିତର କାଠ ଦର୍ଶନ।

Panchuka

Panchuka Photograph: (OTV)

Advertisment

ସରିସରି ଆସୁଛି କାର୍ତ୍ତିକ। ଆଜିଠୁ ଆରମ୍ଭ ପଞ୍ଚୁକ। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ପ୍ରବଳ ଗହଳି। ଏଥର ୫ ଦିନ ବଦଳରେ ୪ ଦିନ ପଞ୍ଚୁକ। ପଞ୍ଚୁକରେ ଭକ୍ତମାନେ କେବଳ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ ପାଇବେ। ତେବେ କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରଥମ ଭୋଗମଣ୍ଡପ ପରେ ଭିତର କାଠ ଦର୍ଶନ କରାଯିବ। 
ଶ୍ରୀକ୍ଷେତ୍ରକୁ ଛୁଟିବ ଲକ୍ଷାଧିକ ଭକ୍ତଙ୍କ ସୁଅ। ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛି ପୋଲିସ। ଭକ୍ତମାନେ କେବଳ ସିଂହଦ୍ବାର ଦେଇ ପ୍ରବେଶ ଓ ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ ପାଇଁ ନିଷ୍ପତ୍ତି ହୋଇଛି। ବଡ଼ଦାଣ୍ଡରେ ବ୍ୟାରିକେଡକୁ ଅଧିକ ଲମ୍ବାଯାଇଛି। ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ୪୦ ପ୍ଲାଟୁନ ଫୋର୍ସ। ଭିଡ଼ ନିୟନ୍ତ୍ରଣ ସହିତ ସମସ୍ତଙ୍କର ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ବ ଦେଉଛି ପୋଲିସ-ପ୍ରଶାସନ। 
ବଡ଼ଦାଣ୍ଡ ମାର୍କେଟ ଛକରୁ ହେବ ନୋ ଭେଇକିଲ ଜୋନ। ସେହିପରି ଦିଗବାରିଣୀ ଛକରୁ ଯାତ୍ରିକା ପାର୍କିଂ ପର୍ଯ୍ୟନ୍ତ ମଧ୍ୟ ନୋ ଭେଇକିଲ ଜୋନ କରିବାକୁ ସ୍ଥିର ହୋଇଛି। ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ କଡା ଓ ପର୍ଯ୍ୟାପ୍ତ ପୋଲିସ ସୁରକ୍ଷା ବ୍ୟବସ୍ଥା ରହିବ। ଶ୍ରୀମନ୍ଦିର ଭିତରେ ଗରୁଡ ସ୍ତମ୍ଭଠାରୁ ଭିତର କାଠ ପର୍ଯ୍ୟନ୍ତ ଭିଡ ନିୟନ୍ତ୍ରଣ ପାଇଁ କ୍ଲିୟରାନ୍ସ ପାର୍ଟି ମୁତୟନ ରହିବେ । ସମୁଦାୟ ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବଛାବଛା ଅଭିଜ୍ଞ ଓ ବରିଷ୍ଠ ପୋଲିସ ମୁତୟନ ରହିବେ।

Advertisment


•    ସରି ସରି ଆସୁଛି କାର୍ତ୍ତିକ
•    ଆଜିଠୁ ଆରମ୍ଭ ପଞ୍ଚୁକ
•    ଏଥର ୫ ଦିନ ବଦଳରେ ୪ ଦିନ ପଞ୍ଚୁକ
•    ପଞ୍ଚୁକରେ ବାହାର କାଠ ନିକଟରୁ ଦର୍ଶନ 
•    କାର୍ତ୍ତିକ ପୂର୍ଣ୍ଣିମାରେ ପ୍ରଥମ ଭୋଗମଣ୍ଡପ ପରେ ଭିତର କାଠ ଦର୍ଶନ 
•    ଶ୍ରୀକ୍ଷେତ୍ରକୁ ଛୁଟିଲାଣି ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ
•    ସିଂହଦ୍ବାରରେ ପ୍ରବେଶ, ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ
•    ମୁତୟନ ହେବେ ୪୦ ପ୍ଲାଟୁନ ଫୋର୍ସ

Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ