Advertisment

ଡାଇବେଟିସ୍‌କୁ ନିୟନ୍ତ୍ରଣ କରିବ ପଣସ ଅଟା !

କୋରାପୁଟ (ସୂଯ୍ୟନାରାୟଣ ପଣ୍ଡା ): ମଧୁମେହକୁ କଣ୍ଟ୍ରୋଲ କରୁଛି ପଣସ ଅଟା। ଏପରି କିଛି ତଥ୍ୟ କେରଳର ଜଣେ ବିଶେଷଜ୍ଞ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇଛନ୍ତି।  କିପରି ଏହି ଅଟାକୁ ବ୍ୟବହାର କରି ମଧୁମେହ ଭଳି ରୋଗକୁ କଣ୍ଟ୍ରୋଲ କରିହେବ ସେ ନେଇ…

ଅଦ୍ୟତନ ହୋଇଛି
ଡାଇବେଟିସ୍‌କୁ ନିୟନ୍ତ୍ରଣ କରିବ ପଣସ ଅଟା !

jackfruit

Advertisment

କୋରାପୁଟ (ସୂଯ୍ୟନାରାୟଣ ପଣ୍ଡା ): ମଧୁମେହକୁ କଣ୍ଟ୍ରୋଲ କରୁଛି ପଣସ ଅଟା। ଏପରି କିଛି ତଥ୍ୟ କେରଳର ଜଣେ ବିଶେଷଜ୍ଞ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇଛନ୍ତି।  କିପରି ଏହି ଅଟାକୁ ବ୍ୟବହାର କରି ମଧୁମେହ ଭଳି ରୋଗକୁ କଣ୍ଟ୍ରୋଲ କରିହେବ ସେ ନେଇ ସେ ବୁଝାଇଛନ୍ତି। ଏହି ତଥ୍ୟ ଜଣା ପଡ଼ିବା ପରେ ପଣସ ପାଇଁ ପ୍ରସିଦ୍ଧି ଲାଭ କରିଥିବା କୋରାପୁଟ ଜିଲ୍ଲାରେ ସୃଷ୍ଟି ହୋଇଛି ନୂଆ ସମ୍ଭାବନା।

Advertisment

ପଣସ ମଞ୍ଜିରୁ ପ୍ରସ୍ତୁତ ହେଉଛି ଅଟା। ଏହି ଅଟା ମଧୁମେହ ରୋଗୀଙ୍କ ପାଇଁ ସଞ୍ଜୀବନୀ ଭଳି କାମ କରୁଛି । ଜଣେ ବିଶେଷଜ୍ଞ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ତଥ୍ୟ ଦେବା ସହ ତାହାକୁ ବ୍ୟାଖ୍ୟା କରିଛନ୍ତି ।

ଯଦି ଜଣେ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନରେ ଏକ ଚାମଚ ପଣସ ପାଉଡର ଖାଦ୍ୟ ଭାବେ ଗ୍ରହଣ କରନ୍ତି କିମ୍ବା ଅଟା ଭଳି ଏହାକୁ ବ୍ୟବହାର କରନ୍ତି ତେବେ ତିନିମାସ ମଧ୍ୟରେ ଏହା ବ୍ଲଡ ସୁଗାର ବା ରକ୍ତ ଶର୍କରାକୁ ନିୟନ୍ତ୍ରଣକୁ ଆଣିଥାଏ । ଏହି ପଣସ ଅଟା ମଧୁମେହ ରୋଗୀଙ୍କ ପାଇଁ ବେଶ ଉପାଦେୟ ହୋଇପାରିବ ବୋଲି ବିଶେଷଜ୍ଞଜଣକ କହିଛନ୍ତି ।  ପଣସ ମଞ୍ଜିରୁ ପ୍ରସ୍ତୁତ ହେଉଥିବା ଅଟା ଉତ୍ତମ ଖାଦ୍ୟ ବୋଲି ଡାକ୍ତର ରତିକାନ୍ତ ଖଟୁଆ କହିଛନ୍ତି ।

Advertisment

କୋରାପୁଟ ଜିଲା ପ୍ରଶାସନ ଖୁବ ଶୀଘ୍ର କେରଳର ପଣସ ଅଟା ପ୍ରସ୍ତୁତି ଢାଞ୍ଚାକୁ ଆପଣାଇବ । ଏ ନେଇ ଭିତ୍ତିଭୂମି ପ୍ରସ୍ତୁତ କରାଯିବ । କୋରାପୁଟର କଫି ଭଳି ପଣସ ଅଟା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି କହିଛନ୍ତି ରାଜ୍ୟ ବିହନ ନିଗମ ଅଧକ୍ଷ ଈଶ୍ୱର ପାଣିଗ୍ରାହୀ।

ଜଙ୍ଗଲ ଘେରା କୋରାପୁଟ ଜିଲାର ପ୍ରତ୍ୟେକ ବ୍ଲକରେ ପ୍ରଚୁର ପଣସ ଉତ୍ପାଦନ ହେଉଛି। ତଥ୍ୟ ଅନୁସାରେ ବର୍ଷକୁ ପ୍ରାୟ ୧୩ ହଜାର ୭୬୪ ମେଟ୍ରିକ ଟନ ପଣସ ଜିଲ୍ଲାରେ ଉତ୍ପାଦିତ ହେଉଛି ।   ଅଗଷ୍ଟ ମାସ ପର୍ଯ୍ୟନ୍ତ ବଜାରରେ ପଣସ ମିଳିଥାଏ । ମଣିଷ ଓ ପଶୁଙ୍କ ପାଇଁ ବିବିଧ ପୁଷ୍ଟିସାର ଯୁକ୍ତ ଆହାର ହେଉଛି ପଣସ। ଏଠିକାର ଲୋକେ ଏହା ଉପରେ ଅଧିକ ର୍ନିଭରଶୀଳ । ପଣସ ଚିପ୍ସ ପରି    ପଣସ ଅଟାକୁ ପ୍ରୋତ୍ସାହନ ଦେବାରେ କିଛି ଅସୁବିଧା ନାହିଁ ବୋଲି ଈଶ୍ୱର ପାଣିଗ୍ରାହୀ କହିଛନ୍ତି

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ