Advertisment

Painri Tihar 2026: ଲୋକସଂସ୍କୃତିକୁ ପୁନଃଜୀବନ ଦେଉଛି ପଏଁରୀ ତିହାର ୨୦୨୬

ଅବକ୍ଷୟକୁ ପ୍ରତିରୋଧ କରିବା ସହ ଅବଲୁପ୍ତ ପ୍ରାୟ ଲୋକ ସଂସ୍କୃତିକୁ ଲୋକଲୋଚନକୁ ଆଣି ବଂଚାଇବାର ଉଦ୍ୟମ କରିଛି ସୁବର୍ଣ୍ଣପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ। ଏଥିପାଇଁ ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବର୍ଷର ଆରମ୍ଭରେ ଆରମ୍ଭ ହୋଇଛି ପଏଁରୀ ତିହାର ୨୦୨୬।

author-image
Pramod Behera
Painri Tihar 2026

ଲୋକସଂସ୍କୃତିକୁ ପୁନଃଜୀବନ ଦେଉଛି ପଏଁରୀ ତିହାର ୨୦୨୬ Photograph: (OTV)

ପଶ୍ଚିମ ଓଡିଶାର ଲୋକଙ୍କ ସହିତ ଏହି ଅଂଚଳର ଲୋକ ସଂସ୍କୃତି ଓ ଲୋକ ପରମ୍ପରା ଅଙ୍ଗାଙ୍ଗି ଭାବେ ଜଡିତ ହୋଇ ରହିଛି। ହେଲେ ଆଧୁନିକତାର ପ୍ରଭାବରେ ଧିରେ ଧିରେ ଏସବୁ ଲୋକ ସଂସ୍କୃତି ଓ ପରମ୍ପରା ଲୋପହେବାରେ ଲାଗିଛି। ଅବକ୍ଷୟକୁ ପ୍ରତିରୋଧ କରିବା ସହ ଅବଲୁପ୍ତ ପ୍ରାୟ ଲୋକ ସଂସ୍କୃତିକୁ ଲୋକଲୋଚନକୁ ଆଣି ବଂଚାଇବାର ଉଦ୍ୟମ କରିଛି ସୁବର୍ଣ୍ଣପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ। ଏଥିପାଇଁ ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବର୍ଷର ଆରମ୍ଭରେ ଆରମ୍ଭ ହୋଇଛି  ପଏଁରୀ ତିହାର ୨୦୨୬।

Advertisment


ପଶ୍ଚିମ ଓଡିଶାର ଘୁବୁକୁଡୁ ନୃତ୍ୟ ହେଉ କି ସମ୍ବଲପୁରୀ ନୃତ୍ୟ ସମସ୍ତ ନୃତ୍ୟ ଗୀତରେ ଯୋଡି ହୋଇଯାଇଛି ଏ ଅଂଚଳର ଅଧିବାସୀଙ୍କ ସଂସ୍କୃତି ଓ ପରମ୍ପରା। କିନ୍ତୁ ସହରୀ ସଭ୍ୟତାର ପ୍ରଭାବରେ ପ୍ରାଚୀନ ସଂସ୍କୃତି, ପରମ୍ପରା, ଲୋକଗୀତ ଓ ଲୋକନୃତ୍ୟ ଧିରେ ଧିରେ ଲୋପ ପାଇବାକୁ ବସିଛି। ବୁଡିଯାଉଥିବା ଏହି ପରମ୍ପରାକୁ ବଂଚାଇ ରଖିବା ପାଇଁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ, ଓଡିଶା ସରକାରଙ୍କ ଓଡିଆ ଭାଷା ଓ ସଂସ୍କୃତି ଅନୁଷ୍ଠାନ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ତିନିଦିନ ଧରି ସ୍ଥାନୀୟ ସୁରେଶ୍ୱରୀ ମନ୍ଦିର ପରିସରରେ ଅନୁଷ୍ଠିତ ହେଉଛି ପାରମ୍ପରିକ ଲୋକଗୀତ ଓ ଲୋକନୃତ୍ୟ ମହୋତ୍ସବ ପଏଁରୀ ତିହାର ୨୦୨୬ । ଚଳିତ ବର୍ଷ ଅନୁଷ୍ଠାନର ଆୟୋଜିତ ଏହି ପଏଁରୀ ତିହାର ୨୬ ବର୍ଷରେ ପ୍ରଦାର୍ପଣ କରିଛି। 


ପ୍ରତିଦିନ ଜମୁଛି ମହୋତ୍ସବର ସାଂସ୍କୃତିକ ସଂଧ୍ୟା। ଜିଲ୍ଲା ତଥା ଜିଲ୍ଲା ବାହାର କଳାକାରଙ୍କ ନୃତ୍ୟ-ଗୀତରେ କମ୍ପି ଉଠୁଛି ପଏଁରୀ ମଂଚ। କଳାକାରଙ୍କ ସମ୍ବଲପୁରୀ ଲୋକନୃତ୍ୟ, ହଜିଯାଉଥିବା ଘୁଡକା ନୃତ୍ୟ ସହ ଅନ୍ୟାନ୍ୟ ନୃତ୍ୟରେ ଝୁମି ଉଠୁଛନ୍ତି ଦର୍ଶକ। ନୂତନ ବର୍ଷର ଆରମ୍ଭରୁ ତିନିଦିନ ବ୍ୟାପି ପଏଁରୀ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଏହିଭଳି ଏକ କାର୍ଯ୍ୟକ୍ରମରେ ସୁଯୋଗ ପାଇଁ କଳାକାର ବେଶ ଖୁସି ବ୍ୟକ୍ତ କରିଛନ୍ତି। ଶିତୁଆ ରାତିର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଏସବୁ ନୃତ୍ୟ ଗୀତର ଭରପୁର ମଜାନେଇଥିଲେ ଉପସ୍ଥିତ ଶହଶହ ଦର୍ଶକ।

Advertisment
Seasonal Folk Dancers Western Odisha Sonepur
Advertisment
Advertisment