Advertisment

ଭୁଶୁଡ଼ିଲା ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କ ଘର

ସମ୍ୱଲପୁର: ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କ ଝାଟିମାଟି ଘର ବର୍ଷାରେ ଭୁଶୁଡ଼ି ପଡ଼ିଛି। ରଙ୍ଗବତୀ ଗୀତ ପାଇଁ ଦେଶ ବିଦେଶରେ ପରିଚିତ ସୁପ୍ରସିଦ୍ଧ ଗାୟକ ଜିତେନ୍ଦ୍ରୀୟ ହରିପାଲ ରହୁଥିବା ସମ୍ବଲପୁର ଷ୍ଟେସନପଡ଼ାସ୍ଥିତ ନୂଆଣିଆ ଚାଳ ଘରର କିଛି ଅଂଶ ଆଜି ଭୁଶୁଡ଼ି ପଡ଼ିଛି। ଫଳରେ ହରିପାଲଙ୍କ ୧୧ ପ୍ରାଣୀ କୁଟୁମ୍ବ ଏବେ ଅଭାବନୀୟ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଅଭାବ ଓ ଅନଟନ କାରଣରୁ ପକା ଘର ଖଣ୍ଡେ କରି ପାରୁନଥିବା ଜିତେନ୍ଦ୍ରୀୟ ନିଜ ଭିନ୍ନକ୍ଷମ ପୁଅ-ଦୁଇ ବୋହୂ ଓ […]

ଅଦ୍ୟତନ ହୋଇଛି
ଭୁଶୁଡ଼ିଲା ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କ ଘର

jitendriya

Advertisment

ସମ୍ୱଲପୁର: ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କ ଝାଟିମାଟି ଘର ବର୍ଷାରେ ଭୁଶୁଡ଼ି ପଡ଼ିଛି। ରଙ୍ଗବତୀ ଗୀତ ପାଇଁ ଦେଶ ବିଦେଶରେ ପରିଚିତ ସୁପ୍ରସିଦ୍ଧ ଗାୟକ ଜିତେନ୍ଦ୍ରୀୟ ହରିପାଲ ରହୁଥିବା ସମ୍ବଲପୁର ଷ୍ଟେସନପଡ଼ାସ୍ଥିତ ନୂଆଣିଆ ଚାଳ ଘରର କିଛି ଅଂଶ ଆଜି ଭୁଶୁଡ଼ି ପଡ଼ିଛି।

Advertisment

ଫଳରେ ହରିପାଲଙ୍କ ୧୧ ପ୍ରାଣୀ କୁଟୁମ୍ବ ଏବେ ଅଭାବନୀୟ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଅଭାବ ଓ ଅନଟନ କାରଣରୁ ପକା ଘର ଖଣ୍ଡେ କରି ପାରୁନଥିବା ଜିତେନ୍ଦ୍ରୀୟ ନିଜ ଭିନ୍ନକ୍ଷମ ପୁଅ-ଦୁଇ ବୋହୂ ଓ ୫ ନାତି ନାତୁଣୀଙ୍କ ସହ ଏଇ ଘରେ ରହି ଆସୁଛନ୍ତି।

ଘରଟି ପୂର୍ବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା ବେଳେ ଆଜି କିଛି ଅଂଶ ଭୁଶୁଡ଼ି ପଡ଼ିଛି। ତେବେ ଅଭାବରେ ଥିଲେ ବି କାହାକୁ ମାଗିବାକୁ ଖରାପ ଲାଗୁଥିବାରୁ ଏଇ ଭଙ୍ଗାଘରେ ହିଁ ଜୀବନ ଯିବ ବୋଲି ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ କ୍ଷୋଭର ସହ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ