Advertisment

ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ

ଭୁବନେଶ୍ୱର: ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ରାଧାମୋହନଙ୍କ ପରଲୋକ ନେଇ ତାଙ୍କ ଝିଅ ସାବରମତି ସୂଚନା ଦେଇଛନ୍ତି। କୃଷି କ୍ଷେତ୍ରରେ…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ

Padma Shri Professor Radha Mohan

ଭୁବନେଶ୍ୱର: ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ରାଧାମୋହନଙ୍କ ପରଲୋକ ନେଇ ତାଙ୍କ ଝିଅ ସାବରମତି ସୂଚନା ଦେଇଛନ୍ତି।

Advertisment

କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୦ରେ ପ୍ରଫେସର ରାଧାମୋହନ ଓ ତାଙ୍କ ଝିଅ ସାବରମତିଙ୍କୁ ମିଳିତ ଭାବେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଖାଲି ପଡ଼ିଥିବା ଜମିରେ ଜୈବିକ ଚାଷ କରି ସେ ବୈପବ୍ଲିକ ପରିବର୍ତ୍ତନ ଆଣିଥିଲେ।

ନୟାଗଡ଼ରେ ଖାଲି ପଡ଼ିଥିବା ଜମିରେ ଜୈବିକ ପ୍ରଣାଳୀରେ ଚାଷ କରି ଲୋକମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ ପ୍ରଫେସର ରାଧାମୋହନ। ପୂର୍ବରୁ ଓଡିଶାର ସୂଚନା କମିଶନର ଭାବେ ଦାୟିତ୍ୱ ତୁଲାଇଥିଲେ। ସୂଚନା ଅଧିକାର ଆଇନକୁ ଲୋକପ୍ରିୟ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ୩୦ଟି ଜିଲ୍ଲାର ଗାଁ ଗାଁ ବୁଲି ଲୋକମାନଙ୍କୁ ସୂଚନା ଅଧିକାର ଆଇନ ସମ୍ପର୍କରେ ବୁଝାଉଥିଲେ। ଗ୍ରାମୀଣ ଅର୍ଥନୀତିର ସୁଦୃଢୀକରଣ ପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ। ଲୋକମାନଙ୍କର ବିଭିନ୍ନ ସମସ୍ୟାର କିପରି ସମାଧାନ କରାଯାଇପାରିବ ସେ ନେଇ ପ୍ରୟାସ କରୁଥିଲେ। ପରିବେଶ ସୁରକ୍ଷା, ଜଙ୍ଗଲ ରକ୍ଷା, ଜଳ ସଂରକ୍ଷଣ ପାଇଁ ସେ ଚେଷ୍ଟା କରୁଥିଲେ।

Advertisment

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

ପ୍ରଫେସର ରାଧାମୋହନଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂସଦ ଜୁଏଲ ଓରାମ୍, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସମେତ ପ୍ରମୁଖ ଲୋକ ଶୋକ ବ୍ୟକ୍ତ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ, ରାଧମୋହନଙ୍କୁ ଜଣେ ବିଶିଷ୍ଟ ପରିବେଶ ବିତ୍ ତଥା ଶିକ୍ଷାବିତ୍ ଭାବେ ବର୍ଣ୍ଣନା କରିଛନ୍ତି।

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଟ୍ୱିଟ୍‌ କରି କହିଛନ୍ତି, ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ । ରାଧାମୋହନଙ୍କ ବିୟୋଗ ଓଡ଼ିଶାର ଜୈବିକ କୃଷିକ୍ଷେତ୍ରରେ ଅପୂରଣୀୟ କ୍ଷତି । ସେ ଜଣେ ବିଶିଷ୍ଟ ଗାନ୍ଧୀବାଦୀ ନେତା, ସମାଜସେବୀ, ସ୍ତମ୍ବକାର ଓ ବୈପ୍ଳବିକ ଚାଷୀ।

Advertisment
Advertisment