Advertisment

ଚାଷୀଙ୍କୁ ଭଣ୍ଡୁଛନ୍ତି କି ରାଜ୍ୟ ସରକାର ?

ଭୁବନେଶ୍ୱର  : “ଧାନ ବିକ୍ରି କରିବା ପାଇଁ ଟୋକନ୍‌ ବ୍ୟବସ୍ଥା ରହିବ। କିନ୍ତୁ ଟୋକନ୍‌ ନଥିବା ଚାଷୀ ମଧ୍ୟ ମଣ୍ଡିକୁ ଆସି ଫେରିବେ ନାହିଁ।” ଟୋକନ୍‌ ବ୍ୟବସ୍ଥାକୁ ନେଇ ଗତକାଲି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଚାଷୀଙ୍କୁ ଏହି ପ୍ରତିଶ୍ରୁତି ଦେଇଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ଶ୍ରମମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତି କେବଳ ସମ୍ବଲପୁର ଓ ବରଗଡ଼ ଚାଷୀଙ୍କ ପାଇଁ ନା ସାରା ରାଜ୍ୟ ପାଇଁ? ଏହାକୁ ନେଇ ଚାଷୀକୂଳ ଦ୍ୱନ୍ଦ୍ୱରେ ଥିବା ବେଳେ ଖାଦ୍ୟ ଓ ଯୋଗାଣ […]

ଚାଷୀଙ୍କୁ ଭଣ୍ଡୁଛନ୍ତି କି ରାଜ୍ୟ ସରକାର ?

raja swain

Advertisment

ଭୁବନେଶ୍ୱର  : “ଧାନ ବିକ୍ରି କରିବା ପାଇଁ ଟୋକନ୍‌ ବ୍ୟବସ୍ଥା ରହିବ। କିନ୍ତୁ ଟୋକନ୍‌ ନଥିବା ଚାଷୀ ମଧ୍ୟ ମଣ୍ଡିକୁ ଆସି ଫେରିବେ ନାହିଁ।” ଟୋକନ୍‌ ବ୍ୟବସ୍ଥାକୁ ନେଇ ଗତକାଲି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଚାଷୀଙ୍କୁ ଏହି ପ୍ରତିଶ୍ରୁତି ଦେଇଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ଶ୍ରମମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତି କେବଳ ସମ୍ବଲପୁର ଓ ବରଗଡ଼ ଚାଷୀଙ୍କ ପାଇଁ ନା ସାରା ରାଜ୍ୟ ପାଇଁ? ଏହାକୁ ନେଇ ଚାଷୀକୂଳ ଦ୍ୱନ୍ଦ୍ୱରେ ଥିବା ବେଳେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଚୁପ୍‌ ରହିଛନ୍ତି। ତେବେ ସରକାରୀ ଦଳ ମୁଖ୍ୟ ସଚେତକ କହିଛନ୍ତି, ଟୋକନ ବ୍ୟବସ୍ଥା ପ୍ରସଙ୍ଗରେ ଶ୍ରମମନ୍ତ୍ରୀ ଦେଇଥିବା ବୟାନ ବ୍ୟକ୍ତିଗତ। ଏହାକୁ ନେଇ ଆଜି ଶାସକ ଦଳକୁ ଘେରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି।

Advertisment

publive-imageଟୋକନ୍‌ ବ୍ୟବସ୍ଥାକୁ ବିରୋଧ କରି ଚାଷୀମାନେ ଗତକାଲି ରାସ୍ତାକୁ ଓହ୍ଲାଇଥିଲେ। ଯାହାଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା। ତେବେ ଚାଷୀଙ୍କୁ ବୁଝାଇବା ପାଇଁ ଯାଇଥିଲେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଓ ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ। ଆଉ ତା’ପରେ ବସିଥିଲା ଘନ ଘନ ରୁଦ୍ଧ ଦ୍ୱାର ବୈଠକରେ। ଶେଷରେ ମନ୍ତ୍ରୀଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରି ଥିଲେ। ଏହା ପରେ ବରଗଡ଼ କଳାପାଣି ମାର୍କେଟ୍‌ୟାର୍ଡରେ ଆଜି ନଡ଼ିଆ ଭାଙ୍ଗି ପୂଜାର୍ଚ୍ଚନା କରି ଚାଷୀମାନେ ଧାନ ବିକୁଛନ୍ତି। ଟୋକନ୍‌ ବ୍ୟବସ୍ଥା ବିରୋଧରେ ମହାଭାରତ ପରେ ସମଗ୍ର ଜିଲ୍ଲାରେ ଆରମ୍ଭ ହୋଇଛି ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା। ସେହିପରି ସମ୍ବଲପୁର ବରେଇପାଲି ମାର୍କେଟ୍‌ୟାର୍ଡରେ ମଧ୍ୟ ଧାନ କିଣା ଆରମ୍ଭ ହୋଇଛି।

publive-imageତେବେ ଶ୍ରମ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ସମ୍ବଲପୁର ଓ ବରଗଡ଼ରେ ଚାଷୀ ଆନ୍ଦୋଳନ ହଟିଲା। ହେଲେ ଟୋକନ୍‌ ବ୍ୟବସ୍ଥାର ପ୍ରତ୍ୟାହାର ଦାବିରେ କୋରାପୁଟ ଜିଲ୍ଲାର ଚାଷୀ ମଣ୍ଡିକୁ ଧାନ ଆଣୁନାହାନ୍ତି। ଆଜି ଜୟପୁର ବ୍ଲକ୍‌ ପଲକାପୁଟରେ ଖୋଲିବାକୁ ଥିବା ମଣ୍ଡିରେ କେହି ନଥିଲେ। ଚାଷୀଙ୍କ ଦାବି ସମସ୍ତଙ୍କ ପାଇଁ ଗୋଟିଏ ନିୟମ ହେଉ।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି, ଯେଉଁ ନିୟମ ବରଗଡ଼ ଓ ସମ୍ବଲପୁରରେ ଲାଗୁହେଲା, ତାହା ସାରା ରାଜ୍ୟ ପାଇଁ କି ନୁହେଁ? ଖୋଦ ବିଭାଗୀୟ ମନ୍ତ୍ରୀ ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ହେବନାହିଁ ବୋଲି ସ୍ପଷ୍ଟ କରି ତୁନି ବସିଥିଲା ବେଳେ ଅନ୍ୟ ଏକ ବିଭାଗର ମନ୍ତ୍ରୀ ଏନେଇ ବିପରୀତ ଘୋଷଣା କରିବାର ଉଦ୍ଦେଶ୍ୟ କଣ? ଏହିଭଳି ପ୍ରଶ୍ନକୁ ନେଇ ଆଜି ବିଧାନସଭା ହୁଲସ୍ତୁଲ ହୋଇଛି। ଶୂନ୍ୟକାଳରେ ଧାନକିଣା ଅବ୍ୟବସ୍ଥା କଥା ଉଠାଇ ବିରୋଧୀ ଦଳ ନେତା ଜାଣିବାକୁ ଚାହିଁଥିଲେ ଯେ ଜଣେ ମନ୍ତ୍ରୀ ଓ ଶାସକ ଦଳ ଉପମୁଖ୍ୟ ସଚେତକ କେଉଁ ଅଧିକାର ବଳରେ ଚାଷୀଙ୍କ ସହ ଆଲୋଚନା କଲେ? ଦଳ ପଠାଇଥିଲା ନା ସରକାର? କଂଗ୍ରେସ ମଧ୍ୟ ସମାନ କଥା ଉଠାଇ ସରକାରଙ୍କୁ ନିଶାନା କରିଥିଲା। ଶେଷରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ବିବୃତ୍ତି ରଖିବାକୁ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏବେ ତଥ୍ୟ ନାହିଁ, ଅପଡେଟ୍ ତଥ୍ୟ ସୋମବାର ଦେବି ବୋଲି ମନ୍ତ୍ରୀ କହିଥିଲେ।

ବିଜେପି ନେତା ଜୟନାରାୟଣ ମିଶ୍ର କହିଛନ୍ତି-“ଆନ୍ଦୋଳନ କରୁଥିବା ଚାଷୀଙ୍କ ସହିତ ଆଲୋଚନା କରିବା ପାଇଁ ଜଣେ ମନ୍ତ୍ରୀ ଯାଉଥିବା ବେଳେ ଆଉ ଜଣେ ମନ୍ତ୍ରୀ କହୁଛନ୍ତି, ତାଙ୍କ ପାଖରେ କୌଣସି ବିବରଣୀ ନାହିଁ। ଏଥିରୁ ଅନୁମାନ କରିହେଉଛି ସରକାର କେମିତି ଚାଲିଛି? ତେବେ ଏଠି ପ୍ରଶ୍ନ ଉଠୁଛି, ଶ୍ରମ ମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କେବଳ ସମ୍ୱଲପୁର ଓ ବରଗଡ଼ ଜିଲ୍ଲା ନା ସମଗ୍ର ରାଜ୍ୟ ପାଇଁ, ତାହା ସ୍ପଷ୍ଟ ହୋଇନି।”

Advertisment

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି-“ଗୃହକୁ ବିଶ୍ୱାସକୁ ନନେଇ ମନ୍ତ୍ରୀ କେମିତି ଚାଷୀଙ୍କ ପାଖରେ ଘୋଷଣା କଲେ?”

ହେଲେ ସବୁଠୁ ବଡ଼ ପ୍ରଶ୍ନ ଚାଷୀଙ୍କ ସହ ଆଲୋଚନା ପାଇଁ ଶ୍ରମମନ୍ତ୍ରୀ ଓ ସରକାରୀ ଉପମୁଖ୍ୟ ସଚେତକଙ୍କୁ ପଠାଇଥିଲା କିଏ? ଗତକାଲି ଖୋଦ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ, ସରକାର ଏହି ଦୁଇ ଜଣଙ୍କୁ ଚାଷୀଙ୍କ ସହ ଆଲୋଚନା ପାଇଁ ପଠାଇଛନ୍ତି। ହେଲେ ଆଜି କହିଛନ୍ତି ଶ୍ରମମନ୍ତ୍ରୀଙ୍କ ମତ ବ୍ୟକ୍ତିଗତ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ